ETV Bharat / sports

ମିତାଲୀଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶୁଭେଚ୍ଛା - ମିତାଲୀ ରାଜ ଖବର

ଭାରତୀୟ ମହିଳା ଦଳ ଅଧିନାୟିକା ମିତାଲୀଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କରିଛନ୍ତି ମିତାଲୀ ରାଜ। ଅଧିକ ପଢ଼ନ୍ତୁ...

ମିତାଲୀଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶୁଭେଚ୍ଛା

author img

By

Published : Mar 12, 2021, 7:01 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ଅଧିନାୟିକା ମିତାଲୀଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କରିଛନ୍ତି ମିତାଲୀ ରାଜ। ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା 36 ରନ୍ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଏଭଳି କୀର୍ତ୍ତି ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଓ ବିଶ୍ବର ଦ୍ବିତୀୟ ମହିଳା କ୍ରିକେଟର।

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଟ୍ବିଟ୍ କରି କହିଛନ୍ତି ଯେ, "ମିତାଲୀ ରାଜ ଅନ୍ତର୍ଜାତୀୟ କ୍ରିକେଟରେରେ 10 ହଜାର ରନ ପୂରଣ କରିଛନ୍ତି। ତାଙ୍କୁ ମୁଁ ଅନେକ ଶୁଭେଚ୍ଛା ଜଣାଉଛି। ଏକ ଚରମ ଉପଲବ୍ଧୀ। ଏମିତି ପ୍ରଦର୍ଶନ ଜାରି ରହୁ।"

ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜେପେୟୀ ଷ୍ଟାଡିମୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିଲା ତୃତୀୟ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ 50 ବଲରେ 36 କରିଥିଲେ ମିତାଲୀ ରାଜ। ତେବେ ଏହି ମ୍ୟାଚରେ ଭାରତକୁ 6ୱିକେଟରେ ପରାଜୟ ବରଣ କରିବାକୁ ପଡ଼ିଛି।

ଏହାପୂର୍ବରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର ଚାଲାର୍ଟ ଏଡୱାର୍ଡସ ହିଁ ଏହି ରେକର୍ଡର ହାସଲ କରି ପାରିଥିଲେ। ସମସ୍ତ ଅନ୍ତର୍ଜାତୀୟ ଫର୍ମାଟ ମିଶାଇ ସେ ମୋଟ 10 ହଜାର 273 ରନ କରିଛନ୍ତି। 2016 ମସିହାରେ ସେ 41 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.