କଟକ: ପ୍ରଥମରୁ ରଣଜୀ ଅଭିଯାନରେ ସଫଳ ହେଲା ଓଡିଶା । ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଗୋଟିଏ ପାଳି ଓ 3 ରନରେ ହରାଇଲା ଓଡିଶା । ରାଜେଶ ମହାନ୍ତିଙ୍କ ଦମଦାର ବୋଲିଂ ଆଗରେ ହାର ମାନିଛି ଛତିଶଗଡ଼ ।

ଛତିଶଗଡ଼ରେ ଓଡିଶା ଦେଖାଇଲା ଦମ । ପ୍ରଥମ ମ୍ୟାଚରେ ଘରୋଇ ଟିମକୁ ଗୋଟିଏ ପାଳି ଓ 3 ରନରେ ପରାସ୍ତ କରିଛି ଓଡିଶା । ଛତିଶଗଡ଼ର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ 134 ରନ କରିଥିଲା । ଦଳ ପକ୍ଷରୁ ଅଜୟ ମଣ୍ଡଳ ସର୍ବାଧିକ 47 ରନ କରିଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି 6 ଟି ୱିକେଟ ନେଇଥିଲେ । ସେହିପରି ଓଡିଶା ତାର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ 215 ରନ କରିଥିଲା । ଦଳ ପକ୍ଷରୁ ସୁଜିତ ଲେଙ୍କା ସର୍ବାଧିକ 56 ରନ କରିଥିଲେ ।
ଦ୍ୱିତୀୟ ପାଳିରେ ଅଗ୍ରଣୀ ରନକୁ ପିଛା କରି ମାତ୍ର 78 ରନରେ ଅଲଆଉଟ ହୋଇଥିଲା ଛତିଶଗଡ଼ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ପୁଣି 4ଟି ୱିକେଟ ଅକ୍ତିଆର କରିଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 4 ଓ ବସନ୍ତ ମହାନ୍ତି 2 ଟି ୱିକେଟ ଅକ୍ତିଆର କରିଥିଲେ । ଯାହାଫଳରେ ଛତିଶଗଡ଼କୁ ପରାଜୟର ରାସ୍ତା ଦେଖାଇଥିଲା ଓଡିଶା । ଦୁଇଟି ଇନିଂସରେ ସର୍ବାଧିକ 10 ଟି ୱିକେଟ ଅକ୍ତିଆର କରିଛନ୍ତି ରାଜେଶ ମହାନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ