ଦୁବାଇ: ଆଇପିଏଲର 13ତମ ସଂସ୍କରଣ ପାଇଁ ୟୁଏଇରେ ଅଭ୍ୟାସ ଆରମ୍ଭ କରିଛି ରାଜସ୍ଥାନ ରୟାଲ୍ସ । ଅଗଷ୍ଟ 20ରେ ଦୁବାଇରେ ପହଞ୍ଚିଥିଲେ ରୟାଲ୍ସ ଟିମ ଖେଳାଳି । ପରେ ବିସିସିଆଇ ପକ୍ଷରୁ ଧାର୍ଯ୍ୟ 6 ଦିନର କ୍ବାରେଣ୍ଟିନ ସମୟ ପୂରଣ କରିଛନ୍ତି ।
"ଦୁବାଇରେ ଖେଳାଳିମାନେ ପହଞ୍ଚିବା ପରେ, ସିଧା ସଳଖ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହୋଟେଲକୁ ଯାତ୍ରା କରିଥିଲେ । ବିସିସିଆଇର କୋଭିଡ-19 ନିୟମାବଳୀ ଅନୁଯାୟୀ, ଅଭ୍ୟାସ ଆରମ୍ଭ କରିବା କମ୍ବା ବାହାରକୁ ବାହାରିବା ପୂର୍ବରୁ 6 ଦିନ ଖେଳାଳିମାନେ ନିଜକୁ କ୍ବାରେଣ୍ଟିନରେ ରଖିଥିଲେ ।" ଏକ ଘୋଷଣାନାମାରେ ଫ୍ରାଞ୍ଚାଇଜ ପକ୍ଷରୁ ଏକ କୁହାଯାଇଛି । ବାଧ୍ୟତାମୂଳକ କ୍ବାରେଣ୍ଟିନ ସମୟ ଅବଧି ଶେଷ କରିବା ପରେ ପ୍ରଥମ ଟ୍ରେନିଂ ସେସନ ଆରମ୍ଭ କରିଛନ୍ତି ।
ଆଇପିଏଲ 2020 ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ 53 ଦିନ ଧରି ଖେଳାଯିବ । ସମସ୍ତ ମ୍ୟାଚ ୟୁଏଇର ଦୁବାଇ, ଆବୁଧାବି ଓ ସାରଜହ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ଛୁଟିଦିନ ପରିବର୍ତ୍ତେ ଫାଇନାଲ ମ୍ୟାଚ ମଙ୍ଗଳବାର ଖେଳାଯିବା ନେଇ ସ୍ଥିର ହୋଇଛି । ଅପରାହ୍ନ ଓ ରାତ୍ରି ମ୍ୟାଚ ଗୁଡିକର ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଅପରାହ୍ନ ମ୍ୟାଚ 4.00 ବଦଳରେ 3.30ରୁ ଆରମ୍ଭ ହେବ । ସେହିପରି ସଂଧ୍ୟ୍ୟା ମ୍ୟାଚ ଗୁଡିକ 8.00 ପରିବର୍ତ୍ତେ 7.30ରୁ ଆରମ୍ଭ ହେବ ।
ପୂର୍ବରୁ ମାର୍ଚ୍ଚ 29ରୁ ଏହି ହାଇଭୋଲଟେଜ ଟି-20 ଲିଗ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର କୋରୋନା ଭାଇରସ କାରଣରୁ ଏହା ସ୍ଥଗିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ