ETV Bharat / sports

ସରିଲା କ୍ବାରେଣ୍ଟାଇନ, ଦିଲ୍ଲୀ କ୍ୟାପିଟାଲ୍ସ ସହ ଟ୍ରେନିଂ ଆରମ୍ଭ କଲେ କୋଚ ପଣ୍ଟିଂ

ନିଜର କ୍ବାରେଣ୍ଟାଇନ ଅବଧି ଶେଷ କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ ରିକି ପଣ୍ଟିଂ ମଙ୍ଗଳବାର ଖେଳାଳିଙ୍କ ସହ ତାଲିମ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Sep 2, 2020, 1:28 PM IST

Ponting conducts first trainig session, ponting trainig session with Delhi Capitals, Ponting stats training after quarantine, ଦିଲ୍ଲୀ କ୍ୟାପିଟାଲ୍ସ ସହ ଟ୍ରେନିଂ ଆରମ୍ଭ କଲେ କୋଚ ପଣ୍ଟିଂ, ଦିଲ୍ଲୀ କ୍ୟାପିଟାଲ୍ସ କୋଚ, ରିକି ପଣ୍ଟିଂ
ସରିଲା କ୍ବାରେଣ୍ଟାଇନ, ଦିଲ୍ଲୀ କ୍ୟାପିଟାଲ୍ସ ସହ ଟ୍ରେନିଂ ଆରମ୍ଭ କଲେ କୋଚ ପଣ୍ଟିଂ

ଦୁବାଇ: ୟୁଏଇରେ କ୍ବାରେଣ୍ଟାଇନ ଅବଧି ଶେଷ କରିବା ପରେ ରିକି ପଣ୍ଟିଂ ମଙ୍ଗଳବାର ନିଜ ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ସହ ତାଙ୍କର ପ୍ରଥମ ନେଟ ସେସନର ତଦାରଖ କରିଥିଲେ। ଭାରତରୁ ଆସିଥିବା ବାକି ଦଳ ପହଞ୍ଚିବା ପରେ ପଣ୍ଟିଂ ଦୁବାଇରେ ପହଞ୍ଚିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ କହିଛି ଯେ, ପଣ୍ଟିଂ ସ୍କ୍ବାଡଙ୍କୁ ଭେଟି ଦୁବାଇର ଆଇସିସି ଏକାଡେମୀରେ ତାଲିମ ଅଧିବେଶନ କରିଥିଲେ। ବାକି ଦଳ ଶନିବାର ଅଭ୍ୟାସ ଆରମ୍ଭ କରିଥିଲେ ।

ଦଳ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭ୍ୟାସ ଅଧିବେଶନ ଆରମ୍ଭର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛି ।

ଡିସି ସହକାରୀ ପ୍ରଶିକ୍ଷକ ମହମ୍ମଦ କୈଫ ଭିଡିଓରେ କହିଛନ୍ତି, ‘‘ଗୋଟିଏ ସପ୍ତାହ ପରେ ବାହାରକୁ ବାହାରିବା ଭଲ ଲାଗୁଛି। ପାଞ୍ଚ ମାସ ପରେ ସମସ୍ତେ ଗ୍ରାଉଣ୍ଡକୁ ଫେରିଛନ୍ତି । ତେଣୁ ଆମେ ଏହାକୁ ସହଜ ଭାବେ ନେବୁ । ତେବେ କୋରୋନ ଜନିତ ସତର୍କତା ବଜାୟ ରଖିବୁ ତାହା ହିଁ ହେଉଛି ଯୋଜନା।’’

ଆଇପିଏଲର 13 ତମ ସଂସ୍କରଣ ସେପ୍ଟେମ୍ବର 19ରେ ଆରମ୍ଭ ହେବ ଏବଂ ସଂପୂର୍ଣ୍ଣ ଭାବେ ୟୁଏଇରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମେ ମାର୍ଚ୍ଚ 29ରେ ଆରମ୍ଭ ହେବାର ଥିଲା କିନ୍ତୁ ଭାରତରେ କୋଭିଡ-19 ମହାମାରୀ ହେତୁ ଏହାକୁ ପ୍ରଥମେ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଲା। ମହାମାରୀ କାରଣରୁ ଦେଶରେ କଟକଣା ହେତୁ ଏହା ଶେଷରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.