ETV Bharat / sports

ଆଫ୍ରିଦିଙ୍କୁ କାନେରିଆଙ୍କ ଜବାବ: କ୍ରିକେଟ ଛାଡି ରାଜନୀତି କର

author img

By

Published : May 26, 2020, 5:12 PM IST

ପିଓକେରେ ଦେଇଥିବା ମନ୍ତବ୍ୟ ପାଇଁ ଆଫ୍ରିଦିଙ୍କୁ ପାକିସ୍ତାନ ଲେଗ ସ୍ପିନର ଦାନିଶ କାନେରିଆଙ୍କ ନିନ୍ଦା । କହିଲେ ପ୍ରଥମେ ସାହାଯ୍ୟ ମାଗି ପରେ ବିଷ ଓଗାଳିଛନ୍ତି ଆଫ୍ରିଦି । ଅଧିକ ପଢ଼ନ୍ତୁ...

Pakistani spinner Danish Kaneria, kaneria slams Shahid Afridi for his speech in PoK, ଆଫ୍ରିଦିଙ୍କୁ ଦାନିଶ କାନେରିଆଙ୍କ ନିନ୍ଦା, କ୍ରିକେଟ ଛାଡି ରାଜନୀତି କର, ଆଫ୍ରିଦିଙ୍କୁ କାନେରିଆଙ୍କ ଜବାବ
ଆଫ୍ରିଦିଙ୍କୁ କାନେରିଆଙ୍କ ଜବାବ: କ୍ରିକେଟ ଛାଡି ରାଜନୀତି କର

କରାଚି: ପାକିସ୍ତାନ ଲେଗ ସ୍ପିନର ଦାନିଶ କାନେରିଆ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର, ହରଭଜନ ସିଂ, ଯୁବରାଜ ସିଂ, ଶିଖର ଧୱନ ଓ ସୁରେଶ ରାଇନାଙ୍କ ସମର୍ଥନ କରିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବାରୁ ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ କଡା କଥା କହି ତାଗିଦ କରିଛନ୍ତି କାନେରିଆ । ସେ କହିଛନ୍ତି ଯେ ଆଫ୍ରିଦି କହିବା ପୂର୍ବରୁ ଚିନ୍ତା କରିବା ଉଚିତ୍।

“ସାହିଦ ଆଫ୍ରିଦି କୌଣସି ପ୍ରସଙ୍ଗରେ କହିବା ପୂର୍ବରୁ ଚିନ୍ତା କରିବା ଉଚିତ । ଯଦି ସେ ରାଜନୀତିରେ ଯୋଗଦେବାକୁ ଚାହୁଁଛନ୍ତି ତେବେ ସେ କ୍ରିକେଟ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ଉଚିତ। ଯଦି ଆପଣ ଜଣେ ରାଜନେତା ଭଳି କଥା କହୁଛନ୍ତି ତେବେ କ୍ରିକେଟ ଠାରୁ ଦୂରରେ ରହିବା ଜରୁରୀ । ଏହିପରି ଭାଷଣ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ପାକିସ୍ତାନ କ୍ରିକେଟର ଏକ ନକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି କରିବ ବୋଲି କାନେରିଆ କହିଛନ୍ତି।

61ଟି ଟେଷ୍ଟ ଏବଂ 18ଟି ଦିନିକିଆରେ ଯଥାକ୍ରମେ 261 ଓ 15ଟି ୱିକେଟ ନେଇ ପାକିସ୍ତାନକୁ ପ୍ରତିନିଧିତ୍ବ କରିଥିବା ଏହି ଲେଗ୍ ସ୍ପିନର କହିଛନ୍ତି ଯେ ଗୋଟିଏ ପଟେ ଆଫ୍ରିଦି ଭାରତୀୟ କ୍ରିକେଟର ଯୁବରାଜ ସିଂ ଏବଂ ହରଭଜନ ସିଂଙ୍କ ସହାୟତା ନେଇଥିଲେ କିନ୍ତୁ ଅନ୍ୟ ପଟେ ସେମାନଙ୍କର ଦେଶ ଏବଂ ସେମାନଙ୍କର ପ୍ରଧାନମନ୍ତ୍ରୀଙ୍କୁ ନେଇ ବିଷ ଓଗାଳିଛନ୍ତି।

‘‘ସେ ସେମାନଙ୍କ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଏବଂ ସାହାଯ୍ୟ ପାଇବା ପରେ ଆପଣ ସେମାନଙ୍କ ଦେଶ ଏବଂ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଯାହା ଇଚ୍ଛା ତାହା କହୁଛନ୍ତି । ଏହା କି ପ୍ରକାର ବନ୍ଧୁତା ?” ବୋଲି କାନେରିଆ ପ୍ରଶ୍ନ କରିଛନ୍ତି ।

ନିକଟରେ ପାକ ଅଧିକୃତ କାଶ୍ମୀର ଗସ୍ତ କରି ଆଫ୍ରିଦି ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଥିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା ।

ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ଯୁବରାଜ ସିଂ, ବର୍ତ୍ତମାନର କ୍ରିକେଟର ହରଭଜନ ସିଂ, ସୁରେଶ ରାଇନା ଓ ଶିଖର ଧୱନ ତାଙ୍କ ମନ୍ତବ୍ୟ ପାଇଁ ଆଫ୍ରିଦିଙ୍କୁ କଡ଼ା ନିନ୍ଦା କରିଥିଲା ।

ନିଜ ମାମୁଁଙ୍କ ପରେ କାନେରିଆ ଦ୍ବିତୀୟ ହିନ୍ଦୁ ଭାବେ ପାକିସ୍ତାନ ପାଇଁ ଖେଳିଥିଲେ । ତେବେ ସେ ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରିକେଟ ଆରମ୍ଭ ହେବା ଉଚିତ ବୋଲି ମତ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.