ETV Bharat / sports

କୋହଲିଙ୍କଠୁ ଶିଖ, ଖେଳାଳିଙ୍କୁ ଇଣ୍ଡିଜ ସହକାରୀ କୋଚଙ୍କ ପରାମର୍ଶ

author img

By

Published : Dec 13, 2019, 7:54 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନରେ ୱେଷ୍ଟଇଣ୍ଡିଜ ସହକାରୀ କୋଚ ରୋଡି ଇଷ୍ଟୱିକ ପ୍ରଭାବିତ ହୋଇଛନ୍ତି । ନିଜ ଟିମ ଖେଳାଳିଙ୍କୁ କୋହଲିଙ୍କ ଠାରୁ ଶିଖିବାକୁ ରୋଡି ପରାମର୍ଶ ଦେଇଛନ୍ତି ।

ବିରାଟ କୋହଲି
ବିରାଟ କୋହଲି

ଚେନ୍ନାଇ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନରେ ୱେଷ୍ଟଇଣ୍ଡିଜ ସହକାରୀ କୋଚ ରୋଡି ଇଷ୍ଟୱିକ ପ୍ରଭାବିତ ହୋଇଛନ୍ତି । ନିଜ ଟିମ ଖେଳାଳିଙ୍କୁ କୋହଲିଙ୍କ ଠାରୁ ଶିଖିବାକୁ ରୋଡି ପରାମର୍ଶ ଦେଇଛନ୍ତି । ବିଶେଷ କରି କୋହଲିଙ୍କ ଏକାଗ୍ରତାର ସହ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରବିବାର ଚେନ୍ନାଇରେ ଖେଳାଯିବ । ଏଥିପାଇଁ ଉଭୟ ଟିମ ଚେନ୍ନାଇରେ ପ୍ରସ୍ତୁତି ଚଳାଇଛନ୍ତି ।

ହେଟମେୟର, ପୋରନ, ହୋପଙ୍କ ପରି ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ହୋଇଛି । ତେବେ ପଡିଆରେ ଶତପ୍ରତିଶତ ପ୍ରଦର୍ଶନ ପାଇଁ, କୋହଲିଙ୍କ ପରି କଠିନ ଶାରୀରିକ ପରିଶ୍ରମ କରିବାକୁ ହେବ । ନିଜକୁ ଶାରୀରିକ ସ୍ତରରେ ପ୍ରସ୍ତୁତ କରିବାକୁ ହେବ ବୋଲି ନିଜ ଖେଳାଳିଙ୍କୁ ଇଣ୍ଡିଜ ସହକାରୀ କୋଚ ରୋଡି ଇଷ୍ଟୱିକ କହିଛନ୍ତି । ଏଥିସହିତ ଟି20 ସିରିଜ 2-1ରେ ଇଣ୍ଡିଜ ହାରିଥିଲେ ମଧ୍ୟ ଟିମର ପ୍ରଦର୍ଶନ ଦମଦାର ରହିଥିଲା । ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦିନିକିଆ ସିରିଜରେ ମଧ୍ୟ ପ୍ରଭାବି ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.