ETV Bharat / sports

ସେହି ବର୍ଷ ଆଜିର ଦିନ: ଭାରତର ପ୍ରଥମ ଏକଦିବସୀୟ ଶତକ

author img

By

Published : Jun 18, 2020, 6:25 PM IST

1983 ମସିହା ଆଜିର ଦିନରେ ଭାରତୀୟ ଏକଦିବସୀୟ କ୍ରିକେଟ ଇତିହାସରେ ଯୋଡି ହୋଇଥିଲା ପ୍ରଥମ ଶକତୀୟ ପାଳି । ଆଉ ଏହି ଐତିହାସିକ ଶତକୀୟ ପାଳି ଖେଳିଥିଲେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ହରିଆଣାର ହରିକେନ କୁହାଯାଉଥିବା କପିଳ ଦେବ ।

on-this-day-kapils-whirlwind-175-turned-the-tables-in-1983-wc
ସେହି ବର୍ଷ ଆଜି ଦିନ: ଭାରତର ପ୍ରଥମ ଏକଦିବସୟୀ ଶତକ

ନୂଆଦିଲ୍ଲୀ: 1983 ମସିହା ଆଜିର ଦିନରେ କ୍ରିକେଟ ବିଶ୍ବକପର ସେହି ମ୍ୟାଚ ଆଜି ବି ଚିରସ୍ମରଣୀୟ । କାରଣ ଭାରତୀୟ ଏକଦିବସୀୟ କ୍ରିକେଟ ଇତିହାସରେ ଯୋଡି ହୋଇଥିଲା ପ୍ରଥମ ଶକତୀୟ ପାଳି । ଆଉ ଏହି ଐତିହାସିକ ଶତକୀୟ ପାଳି ଖେଳିଥିଲେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ହରିଆଣା ହରିକେନ ଭାବେ ପରିଚିତ କପିଳ ଦେବ ।

1983 ମସିହା ଦିନିକିଆ ବିଶ୍ବକପର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ । ଭାରତ ବିପକ୍ଷରେ ରହିଥିଲା ନୂତନ କରି ବିଶ୍ବକପ ଖେଳୁଥିବା ଜିମ୍ବାୱେ । ଯାହାକି ଭାରତ ପାଇଁ ଏକ ସହଜ ବିଜୟୀ ମ୍ୟାଚ ରହିଥିଲା । ମାତ୍ର ଜିମ୍ବାୱେ ବିପକ୍ଷ ଏହି ମ୍ୟାଚକୁ ଭାରତ ଯେତେ ସହଜ ଭାବି ନେଇଥିଲା ବାସ୍ତବରେ ତାହା ଓଲଟା ହୋଇଗଲା। ମାତ୍ର 9 ରନରେ ଭାରତୀୟ ଟପ ଅର୍ଡରକୁ ଧ୍ବସ୍ତବିଧ୍ବସ୍ତ କରିଦେଲା ଜିମ୍ବାୱେ ବାହିନୀ ।

ପରେ ପଡିଆକୁ ଓହ୍ଲାଇଲେ ଡାହାଣହାତୀ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଅଧିନାୟକ କପିଳ ହେବ । କପିଳଙ୍କ ସାଥ ଦେଇଥିଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରୋଜର ବିନି । ସେତେବେଳେ ଦୁହେଁ 60ରନର ଭାଗିଦାରୀ ଖେଳଥିଲେ । ତେବେ ବିନିଙ୍କ ପାଭିଲିଅନ ଫେରିବା ପରେ ମଦନ ଲାଲ୍‌ କପିଳ ଦେବଙ୍କ ସହ ମିଶି 62 ରନର ଭାଗିଦାରୀ କରିଲେ । ସେହିପରି 9 ୱିକେଟ ପାଇଁ ୱିକେଟକିପର ସାୟିଦ କିରମଣି କପଳିଙ୍କ ସହ ଅପରାଜିତ 162ରନର ଭାଗିଦାରୀ ଖେଳିଥିଲେ । ଫଳରେ ଭାରତ ନିର୍ଦ୍ଧାରିତ 60 ଓଭରରେ 266ରନ କରି ପାରିଥିଲା ।

ଆଉ ଯେଉଁଥିରେ ସାମିଲ ରହିଥିଲା କପିଳ ଦେବଙ୍କ 175ରନର ଶତକୀୟ ପାଳି । ମାତ୍ର 138 ବଲରୁ 16ଟି ଚୌକା ଓ 6ଟି ଛକା ମାଧ୍ୟମରେ ଏହି ଲମ୍ବା ଇଂନିସ ଖେଳିଥିଲେ କପିଳ ।

ପରେ ରୋଜର ବିନି ଓ ମଦନ ଲାଲଙ୍କ ଘାତକ ବୋଲିଂ ବଳରେ ଜାମ୍ବାୱେକୁ 235ରନରେ ଅଲଆଉଟ କରିଥିଲା ଭାରତ ଏବଂ ପ୍ରଥମ ଥର ପାଇଁ ବିଶ୍ବକପର ସେମିଫାଇନାଲରେ ପାଦ ଥାପି ଥିଲା । ପରେ ସେମିଫାଇନାଲରେ ଇଂଲଣ୍ଡକୁ 6 ୱିକେଟରେ ପରାସ୍ତ ଓ ଫାଇନାଲରେ ଶକ୍ତିଶାଳି ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତ ପ୍ରଥମଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.