ETV Bharat / sports

ବିଜୟ ଟ୍ରାକ୍କୁ‌ ଫେରିଲା ଓଡିଶା ମହିଳା ଦଳ - ବିଜୟ ଟ୍ରାକ୍କୁ‌ ଫେରିଲା ଓଡିଶା

ସିନିୟର ମହିଳା ଏକଦିବସୀୟ ଟ୍ରଫିରେ ହାଇଦ୍ରାବାଦକୁ 9 ୱିକେଟରେ ହରାଇଛି ଓଡିଶା । ଅଧିକ ପଢନ୍ତୁ...

odisha women team won by 9 wickets vs hyderabad
ବିଜୟ ଟ୍ରାକ୍କୁ‌ ଫେରିଲା ଓଡିଶା ମହିଳା ଦଳ
author img

By

Published : Mar 14, 2021, 7:17 PM IST

କଟକ: ବିଜୟ ଟ୍ରାକକୁ ଫେରିଲା ଓଡିଶା ମହିଳା କ୍ରିକେଟ ଦଳ । ସୁରଟରେ ଖେଳାଯାଉଥିବା ସିନିୟର ମହିଳା ଏକଦିବସୀୟ ଟ୍ରଫିରେ ହାଇଦ୍ରାବାଦକୁ 9 ୱିକେଟରେ ହରାଇଛି ଓଡିଶା ।

ଟସ୍‌ ଜିତି ଓଡିଶା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପରେ ଓଡିଶା ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମାତ୍ର 46 ଓଭରରେ ସମସ୍ତ ୱିକେଟ ହରାଇ 159 ରନ କରିପାରିଥିଲା ହାଇଦ୍ରାବାଦ । ଦଳ ପକ୍ଷରୁ ମମତା କନୋଝିଆ 34, ଜି ତ୍ରିସା 3, ଓ ଅନୁରାଧା 31 ରନ କରିଥିଲେ ।

ଓଡିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିଲେ । ମଧୁସ୍ମିତା ବେହେରା 3ଟି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ 2ଟି ୱିକେଟ ହାତେଇବା ସହ ହାଇଦ୍ରାବାଦ ବ୍ୟାଟିଂ ଲାଇନଅପ୍‌ କୁ ଧ୍ବସ୍ତ କରିଥିଲେ ।

ଜବାବରେ ସହଜସାଧ୍ୟ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ହାତରେ 9 ୱିକେଟ ବାକି ଥାଇ ବିଜୟୀ ହୋଇଥିଲା ଓଡିଶା । ଦଳ ପକ୍ଷରୁ ମାଧୁରୀ ମେହେଟ୍ଟା 60, ସରିତା ମେହେରା 61, ଓ କାଜଲ ଜେନା 32 ରନ କରିଥିଲେ । ଫଳରେ ଓଡିଶା ମହିଳା ଦଳ ଏକ ସହଜ ବିଜୟ ହାସଲ କରିଥିଲା । ଓଡିଶା ତାର ପରବର୍ତ୍ତୀ ମୁକିବିଲାରେ ତ୍ରୀପୁରାକୁ ଭେଟିବ । ପ୍ରଥମ ମ୍ୟାଚରେ ଝାଡଖଣ୍ଡଠୁ ପରାସ୍ତ ହୋଇଥିଲା ଦଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.