ETV Bharat / sports

ବାରବାଟୀ ରଣଜୀ ମ୍ୟାଚ: ଓଡିଶା 436, ଝାଡଖଣ୍ଡ 71/2 - ଓଡିଶା ସ୍ଥିତି ମଜବୁତ

ବାରବାଟୀରେ ଓଡିଶା ବନାମ ଝାଡଖଣ୍ଡ ରଣଜୀ ମ୍ୟାଚ । 2ୟ ଦିନ ଖେଳ ଶେଷ ସୁଦ୍ଧା 2 ୱିକେଟ ହରାଇ 71 ରନ ସଂଗ୍ରହ କରିଛି ବିପକ୍ଷ ଝାଡଖଣ୍ଡ । ଘରୋଇ ଦଳ ପ୍ରଥମ ପାଳିରେ 436 ରନ୍‌ ହାସଲ କରିଛି । ଅଧିକ ପଢନ୍ତୁ...

odisha
odisha
author img

By

Published : Feb 13, 2020, 8:10 PM IST

କଟକ: ବାରବାଟୀ ରଣଜୀ ଲଢେଇ । ଝାଡଖଣ୍ଡ ବିପକ୍ଷରେ ଓଡିଶାର ସ୍ଥିତି ମଜବୁତ । 2ୟ ଦିନ ଖେଳ ଶେଷ ସୁଦ୍ଧା 2 ୱିକେଟ ହରାଇ 71 ରନ ସଂଗ୍ରହ କରିଛି ବିପକ୍ଷ ଝାଡଖଣ୍ଡ ।

ବାରବାଟୀରେ ଓଡିଶା ବନାମ ଝାଡଖଣ୍ଡ ରଣଜୀ ମ୍ୟାଚ

ଓଡିଶା ତା'ର ପ୍ରଥମ ପାଳିରେ 436 ରନର ବିଶାଳ ସ୍କୋର ଛିଡା କରିଛି । ଦଳ ପକ୍ଷରୁ ଦେବାଶିଷ ସାମନ୍ତରାୟ ସର୍ବାଧିକ 156 ରନ ସଂଗ୍ରହ କରିଛନ୍ତି । ଏଥିସହ ଅନୁରାଗ ଷଡଙ୍ଗୀ 65, ବିପ୍ଳବ ସାମନ୍ତରାୟ 74 ରନ କରିଥିଲେ ।

ଝାଡଖଣ୍ଡ ପକ୍ଷରୁ ଆଶିଷ କୁମାର ସର୍ବାଧିକ 6ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ତେବେ ଏହି ଝାଡଖଣ୍ଡ ବିପକ୍ଷ ମ୍ୟାଚରେ ବାଜିମାତ କରି କ୍ବାଟରରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଓଡିଶା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.