ETV Bharat / sports

'ଭାରତ ବିପକ୍ଷରେ ଆମକୁ ସକରାତ୍ମକ ରହିବାକୁ ହେବ' - କିଓ୍ବି ଦଳ

3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଅଗ୍ରଣୀ ରହିଛି ନ୍ୟୁଜିଲାଣ୍ଡ ଟିମ । ମ୍ୟାଚ ପୂର୍ବରୁ କିଓ୍ବି ଦଳର ଓପନର ମାର୍ଟିନ ଗୁପଟିଲ କହିଛନ୍ତି, ପ୍ରଥମ ମ୍ୟାଚରେ ଆମେ ଯେପରି ସ୍ପିନରଙ୍କୁ ଖେଳିଛୁ ଆମର ଆତ୍ମବିଶ୍ବାସ ଦୃଢ ରହିଛି ।

nz vs ind
nz vs ind
author img

By

Published : Feb 7, 2020, 10:02 PM IST

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ କିଓ୍ବି ଦଳ ଭାରତକୁ 4ଓ୍ବିକେଟରେ ପରାସ୍ତ କରିଥିଲା । 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଅଗ୍ରଣୀ ରହିଛି ନ୍ୟୁଜିଲାଣ୍ଡ ଟିମ । ତେବେ ଶନିବାର ଦିନ ଉଭୟ ଦଳ ମଧ୍ୟରେ 2ୟ ମ୍ୟାଚ ଖେଳାଯିବ ।

nz vs ind
ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ

ମ୍ୟାଚ ପୂର୍ବରୁ କିଓ୍ବି ଦଳର ଓପନର ମାର୍ଟିନ ଗୁପଟିଲ କହିଛନ୍ତି, ଆମେମାନେ ସକରାତ୍ମକ ରହିବାକୁ ଚାହୁଁଛୁ । ଶନିବାର ଯେତେବେଳେ ଗ୍ରାଉଣ୍ଡକୁ ଓହ୍ଲାଇବୁ ସେତେବେଳେ କିପରି ଖେଳିବୁ ଦେଖିବୁ । ମୋର ରୋଲ୍‌ ଟିମ ପାଇଁ ବଦଳେ ନାହିଁ । ମୋର କାମ ଟିମକୁ ଦ୍ରୁତ ଆରମ୍ଭ ଦେବା । ଭାରତୀୟ ସ୍ପିନରଙ୍କୁ ନ୍ୟୁଜିଲାଣ୍ଡରେ ଖେଳିବା ସହଜ । କାରଣ ଏଠାରେ ବଲ୍‌ ବେଶୀ ସ୍ପିନ ହୁଏ ନାହିଁ । ପ୍ରଥମ ମ୍ୟାଚରେ ଆମେ ଯେପରି ସ୍ପିନରଙ୍କୁ ଖେଳିଛୁ ଆମର ଆତ୍ମବିଶ୍ବାସ ଦୃଢ ରହିଛି । କିନ୍ତୁ ଭାରତୀୟ ଖେଳାଳିଙ୍କୁ ହାଲୁକାରେ ନେବା ଭୁଲ ହେବ । ତାଙ୍କ ପାଖରେ ବିଶ୍ବସ୍ତରୀୟ ମ୍ୟାଚ ଓ୍ବିନର ଅଛନ୍ତି । ଶନିବାର ଦିନ ଭଲ ପ୍ରଦର୍ଶନ କରିବାକୁ ହେବ ।

ଗୁପ୍ଟିଲ ପ୍ରଥମ ମ୍ୟାଚରେ ହେନରୀ ନିକୋଲସଙ୍କ ସହ ପ୍ରଥମ ଓ୍ବିକେଟ ଭାଗିଦାରୀରେ 85ରନ ଯୋଡି ଥିଲେ । ଗୁପଟିଲଙ୍କ ଯୋଗଦାନ 32ରନ୍‌ର ରହିଥିଲା ।

ନିଜର ଫର୍ମକୁ ନେଇ ଗୁପଟିଲ କହିଛନ୍ତି, ଶରୀରର ସମସ୍ୟା ଓ ଫର୍ମକୁ ନେଇ ମୁଁ ଚିନ୍ତିତ ହୋଇଛି । ଆଶା କରୁଛି ଦଳ ପାଇଁ ଭଲ ରନ୍‌ କରିବି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.