ETV Bharat / sports

କ୍ରମାଗତ 2ୟ ମ୍ୟାଚରେ ଟିମ ଇଣ୍ଡିଆର କଟିଲା ମ୍ୟାଚ ଫି

author img

By

Published : Feb 3, 2020, 9:20 PM IST

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-20 ସିରିଜର ଅନ୍ତିମ ମ୍ୟାଚରେ ଧୀମା ଓଭର ବୋଲିଂ କାରଣରୁ ଭାରତୀୟ କ୍ରିକେଟ ଟିମ୍‌ର 20ପ୍ରତିଶତ ମ୍ୟାଚ ଫି କାଟ୍‌ କରିଛି ଆଇସିସି । ଆଇସିସି ଆଚାର ସଂହିତାର ଅନୁଚ୍ଛେଦ 2.22 ଅନୁସାରେ ନିର୍ଦ୍ଧାରିତ ସମୟରେ ଓଭର ନ ପକାଇବା କାରଣରୁ ପ୍ରତି ଓଭର ହିସାବରେ ଖେଳାଳିଙ୍କ 20 ପ୍ରତିଶତ ଜୋରିମାନା ଲାଗେ ।

NZ vs IND
NZ vs IND

ଦୁବାଇ: ଭାରତୀୟ କ୍ରିକେଟ ଟିମ ରବିବାର ଦିନ ମାଉଣ୍ଟ ମାଉଙ୍ଗାନୁଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-20 ସିରିଜର ଅନ୍ତିମ ମ୍ୟାଚ ଖେଳିଛି । ତେବେ ଏହି ମ୍ୟାଚରେ ଧୀମା ଓଭର ବୋଲିଂ କାରଣରୁ ଟିମ୍‌ର 20ପ୍ରତିଶତ ମ୍ୟାଚ ଫି କାଟ୍‌ କରିଛି ଆଇସିସି ।

NZ vs IND
ଧୀମା ଓଭର ବୋଲିଂ କାରଣରୁ ଭାରତୀୟ ଟିମର 20 ପ୍ରତିଶତ ଫି କାଟ

ମ୍ୟାଚ ରେଫରୀ କ୍ରିସ ବୋର୍ଡ ଏହି ମ୍ୟାଚରେ ସମୟ ସୀମା ଭିତରେ ଓଭର ନପକାଇବା କାରଣରୁ ଭାରତୀୟ ଟିମ ଉପରେ ଜୋରିମାନ ଲଗାଇଛନ୍ତି । ଭାରତୀୟ ଟିମ ନିର୍ଦ୍ଧାରିତ ସମୟ ସୀମାରେ ଗୋଟିଏ ଓଭର କମ୍‌ ବୋଲିଂ କରିଥିଲା ।

ତେବେ ରୋହିତ ନଜର ଭୁଲ୍‌ ସ୍ବୀକାର କରିଛନ୍ତି । ତେଣୁ ଆଗକୁ କୌଣସି ଔପଚାରିକ ଶୁଣାଣିର ଆବଶ୍ୟକତା ପଡିବ ନାହିଁ । ଆଇସିସି ଆଚାର ସଂହିତା ଅନୁଚ୍ଛେଦ 2.22 ଅନୁସାରେ ନିର୍ଦ୍ଧାରିତ ସମୟରେ ଓଭର ନ ପକାଇବା କାରଣରୁ ପ୍ରତି ଓଭର ହିସାବରେ ଖେଳାଳିଙ୍କ 20 ପ୍ରତିଶତ ଜୋରିମାନା ଲାଗେ ।

ସୂଚନାଥାଉକି, ଶୁକ୍ରାବାର 4ର୍ଥ ଟି-20 ମ୍ୟାଚରେ ଭାରତୀୟ ବୋଲର ନିର୍ଦ୍ଧାରିତ ସମୟ ସୀମାରେ 2 ଓଭର କମ୍‌ ବୋଲିଂ କରିଥିଲେ । ଫଳରେ ଟିମ୍‌ ଇଣ୍ଡିଆର 40 ପ୍ରତିଶତ ମ୍ୟାଚ ଫି' କାଟିଥିଲା ଆଇସିସି ।

Intro:Body:

ff

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.