ଲଣ୍ଡନ: ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ ପେସ ଷ୍ଟାର ମହମ୍ମଦ ଶାମି । ଅନ୍ତିମ ଓଭରରେ ହ୍ୟାଟ୍ରିକ ନେଇ ଭାରତକୁ ବିଜୟ ଭେଟି ଦେଇଥିଲେ । ବିଶ୍ବକପରେ ପ୍ରଥମ ମ୍ୟାଚ ଖେଳିଥିଲେ ମଧ୍ୟ ସେ ସଫଳତା ପାଇଛନ୍ତି । ତେବେ ତାଙ୍କ ଏହି ଜବରଦସ୍ତ ପ୍ରଦର୍ଶନ ପଛରେ ତାଙ୍କର ଫିଟ୍ନେସ୍ର ରାଜ ରହିଛି ।
ବିଗତ ଏକବର୍ଷ ମଧ୍ୟରେ ସାମି ନିଜ ଖେଳରେ ଜବରଦସ୍ତ ପରିବର୍ତ୍ତନ ଆଣିଛନ୍ତି । ଭଲ ଫିଟନେସ୍ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ଭାରତୀୟ କ୍ରିକେଟ ଦଳର ଫିଟନେସ୍ ଟ୍ରେନର ଶଙ୍କର ବାସୁ କହିଛନ୍ତି, ସାମି ସପ୍ତାହରେ ଥରେ ଉପବାସ ରଖନ୍ତି । ଶରୀରକୁ ଫିଟ୍ ରଖିବା ପାଇଁ ସେ ବିରିୟାନି ଖାଇବା ଛାଡି ଦେଇଛନ୍ତି । ଆମିଷ ଖାଇବାକୁ ସେ ପସନ୍ଦ କରୁଥିଲେ ମଧ୍ୟ ଜଙ୍କ୍ ଫୁଡ୍ଠାରୁ ସେ ନିଜକୁ ଦୂରେଇ ରଖିଛନ୍ତି । ଅନ୍ୟପଟେ ଶାମି ମିଠା ଜାତୀୟ ଖାଦ୍ୟଠାରୁ ମଧ୍ୟ ଦୂରରେ ରହିଛନ୍ତି । ସେ କମ୍ ପରିମାଣରେ ଭାତ ଖାଇଥାନ୍ତି ବୋଲି ତାଙ୍କ ଫିଟ୍ନେଶ ଟ୍ରେନର କହିଛନ୍ତି ।