ETV Bharat / sports

ସେମିଫାଇନାଲ ପରାଜୟର ହେବନି ସମୀକ୍ଷା: ବିନୋଦ ରାୟ - ସମୀକ୍ଷା ବୈଠକ

ସମୟର ଅଭାବ ଫଳରେ ବିଶ୍ବକପ ପରାଜୟ ସମୀକ୍ଷା ବୈଠକ ହୋଇ ପାରିବ ନାହିଁ ବୋଲି କହିଛନ୍ତି ସିଇଓ କମିଟି ଅଧକ୍ଷ ବିନୋଦ ରାୟ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 27, 2019, 9:51 PM IST

ନୂଆଦିଲ୍ଲୀ: ପରାଜୟର ହେବନି ପୋଷ୍ଟମର୍ଟମ । ସୂଚନା ଦେଲେ ସିଇଓ ଅଧକ୍ଷ୍ୟ ବିନୋଦ ରାୟ । ବୈଠକ ପାଇଁ ସମୟର ଅଭାବ ବୋଲି ସେ କହିଛନ୍ତି । କୋଚ୍‌ ଓ ଷ୍ଟାପ ଚୟନ ନେଇ ବ୍ୟସ୍ତ ରହିଛି କମିଟି । ତେଣୁ ପରାଜୟ ସମୀକ୍ଷା ବୈଠକ ହୋଇ ପାରିବ ନାହିଁ ।

ତେବେ ବିଶ୍ବକପ ସେମିଫାଇନାଲରେ ଦଳର ପରାଜୟ ପରେ ଏହାର ସମୀକ୍ଷା କରାଯିବ ବୋଲି ଖୋଦ୍‌ ରାୟ ସୂଚନା ଦେଇଥିଲେ । ଡାଏନା ଏଡୁଲଜୀ ଓ ଲେଫ୍ଟନାଣ୍ଟ ଜେନେରୋଲ୍ (ଅବସରପ୍ରାପ୍ତ) ରବି ଥୋଡଗେ ଓ ତାଙ୍କୁ ନେଇ ଗଠିତ ସିଓଏ କମିଟି ଏହି ବୈଠକ କରିବାର ଯୋଜନା ରହିଥିଲା । ବୈଠକରେ ବିରାଟ-ଶାସ୍ତ୍ରୀଙ୍କୁ ଓ ସମ୍ଭବତଃ ମୁଖ୍ୟ ଚୟନକର୍ତ୍ତା ଏଏସକେ ପ୍ରସାଦ ପରାଜୟ ଓ ଦଳ ଚୟନରେ ହୋଇଥିବା ତ୍ରୃଟିର କୈଫଦ୍‌ ଦେଇଥାନ୍ତେ । ମାତ୍ର ଏହା ଠପ୍‌ ହୋଇଯାଇଛି । ଏମିତି କୌଣସି ବୈଠକ ହେବ ନାହିଁ ବୋଲି ଖୋଦ୍‌ ରାୟ ଏବେ କହିଛନ୍ତି । ଆଉ ବୈଠକ ନହେବାର ଆଳ ସମୟ ହୋଇଛି ।

ସିଓଏ ମୁଖ୍ୟ ବିନୋଦ ରାୟ କହିଛନ୍ତି, “ଆମ ପାଖରେ ସମୀକ୍ଷା କରିବାକୁ ସମୟ କେଉଁଠି ଅଛି? ଏଯାଏ କୋଚିଂ ଷ୍ଟାଫ୍‌ଙ୍କ ଠାରୁ କୌଣସି ଫିଡ୍‌ବ୍ୟାକ୍‌ ମିଳିନାହିଁ । ଆମେ ସେଇ ରିପୋର୍ଟକୁ ଅପେକ୍ଷା କରିଛୁ । କିନ୍ତୁ ଏବେ ଆଉ ପରାଜୟର ସମୀକ୍ଷା କରାଯିବ ନାହିଁ । ”

ସୂଚନାଥାଉ କି, ଆସନ୍ତା ସୋମବାର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଯାତ୍ରା କରିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.