ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାବନ୍ତି ଯେ ଗତ ବର୍ଷର ଆଇସିସି ଦିନିକିଆ ବିଶ୍ବକପରେ ନ୍ୟୁଜିଲ୍ୟାଣ୍ଡ ଦଳର ପ୍ରଦର୍ଶନ ସବୁଠାରୁ ଅଧିକ ସଂଗଠିତ ଓ ସ୍ଥିର ଥିଲା । ତେଣୁ ଇଂଲଣ୍ଡ ସହିତ ଟୁର୍ଣ୍ଣାମେଣ୍ଟର ମିଳିତ ବିଜେତା ହେବାକୁ ଯୋଗ୍ୟ ଥିଲା କିୱି ଦଳ ।
![New Zealand, New Zealand should have been joint winners, 2019 World Cup, Gautam Gambhir, ବିଶ୍ବକପରେ ଯୁଗ୍ମ ବିଜେତା ହେବା କଥା ନ୍ୟୁଜିଲାଣ୍ଡ, 2019 ବିଶ୍ବକପ, ଗୌତମ ଗମ୍ଭୀର](https://etvbharatimages.akamaized.net/etvbharat/prod-images/856814-images-4_1305newsroom_1589367361_645.jpg)
ଲର୍ଡ୍ସରେ ଚାଲିଥିବା ଐତିହାସିକ ଫାଇନାଲରେ ନ୍ୟୁଜିଲାଣ୍ଡ ଆୟୋଜନ ଇଂଲଣ୍ଡଠାରୁ ହାରିଯାଇଥିଲା । ସୁପର ଓଭରରେ ସ୍କୋର ସମାନ ରହିବା ପରେ ବାଉଣ୍ଡ୍ରି କାଉଣ୍ଟ-ବ୍ୟାକ କରି ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । “ଗତ ବିଶ୍ବକପରେ ମିଳିତ ବିଶ୍ବକପ ବିଜେତା ହେବା ଉଚିତ ଥିଲା । ନ୍ୟୁଜିଲ୍ୟାଣ୍ଡ ବିଶ୍ବ ଚାମ୍ପିଅନର ଟ୍ୟାଗ ପାଇବା ପାଇଁ ଯୋଗ୍ୟ ଥିଲା, କିନ୍ତୁ ଏହା ଦୁର୍ଭାଗ୍ୟଜନକ,’’ ବୋଲି କ୍ରିକେଟରରୁ ରାଜନେତା ପାଲଟିଥିବା ଗମ୍ଭୀର କହିଛନ୍ତି ।
38 ବର୍ଷୀୟ ପୂର୍ବତନ ଭାରତୀୟ ଓପନର ବିଶ୍ବାସ କରନ୍ତି ଯେ ବ୍ଲାକ୍ କ୍ୟାପ୍ସ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିଲେ କିନ୍ତୁ ସେମାନେ ଯେଉଁ ଶ୍ରେୟ ପାଇବା କଥା ତାହା ପାଇପାରି ନାହାନ୍ତି । “ଯଦି ଆପଣ ସେମାନଙ୍କର ସମ୍ପୂର୍ଣ୍ଣ ରେକର୍ଡ ଦେଖନ୍ତି, ସେମାନଙ୍କ ପ୍ରଦର୍ଶନ ବେଶ ଭଲ ଓ ସ୍ଥିର ଥିଲା । ଗତ ଦୁଇଟି ବିଶ୍ବକପରେ ସେମାନେ ରନର୍ସଅପ ହୋଇଥିଲେ ଏବଂ ସେମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ ।
“ମୁଁ ଭାବୁଛି ସେମାନେ କିୱି ଖେଳାଳି ଯେଉଁ ପରିସ୍ଥିତିରେ ବି ଖେଳିଳେ ସେମାନେ ଖୁବ ପ୍ରତିଦ୍ବନ୍ଦିତାର ସହ ଖେଳିଛନ୍ତି । କିନ୍ତୁ ଆମେ ସେମାନଙ୍କୁ ପର୍ଯ୍ୟାପ୍ତ ଶ୍ରେୟ ଦେଇପାରି ନାହୁଁ,’’ ବୋଲି ଗମ୍ଭୀର କହିଛନ୍ତି ।