ହାଇଦ୍ରାବାଦ: ଭାରତ ବିପକ୍ଷ ଟି20 ସିରିଜ ପାଇଁ 14 ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି । ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରୁ ବାଦ ପଡିଥିବା ୱିଲିୟମସନ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । 14 ଜଣିଆ ନ୍ୟୁଜିଲାଣ୍ଡ ଦଳରେ ହାମିସ ବେନ୍ନଟଙ୍କୁ ସ୍ଥାନ ମିଳିଛି । ବେନ୍ନଟ ଶେଷ ଥର ପାଇଁ 2017ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିଥିଲେ ।
ବେନ୍ନଟ ମୋଟ 16ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତେବେ ଘରୋଇ କ୍ରିକେଟରେ ବେନ୍ନଟ ପ୍ରଭାବି ପ୍ରଦର୍ଶନ କରି ଫର୍ମରେ ରହିଛନ୍ତି । ସେଥିପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଥିବା କହିଛନ୍ତି ନ୍ୟୁଜିଲାଣ୍ଡ ମୁଖ୍ୟ ଚୟନକର୍ତ୍ତା ଗେଭିନ ଲାରସେନ । ତେବେ ମାଟ ହେନରୀ, ଟମ ଲାଥମ, ସେଠ ରେନସ, ଡଗ ବ୍ରେସୱେଲ, ୱିଲ ୟଙ୍ଗ, ଆଡମ ମିଲନେ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ, 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 2ଟି ଟେଷ୍ଟ ମ୍ୟାଚ ଖେଳିବ । ଜାନୁୟାରୀ 24ରେ ଟି20 ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।
ଭାରତ ବିପକ୍ଷ ଟି20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ:
କେନ ୱିଲିୟମସନ(କ୍ୟାପଟେନ), ହମିସ ବେନ୍ନଟ, ଟମ ବ୍ରୁସ, କୋଲିନ ଗ୍ରାଣ୍ଡହୋମ, ମାର୍ଟିୱ ଗୁପ୍ଟିଲ, ସ୍କଟ କୁଗଲେଜେନ, ଡାରଲେ ମିଚେଲ, କୋଲିନ ମରର୍ଣ୍ଣୋ, ରସ ଟେଲର, ବ୍ଳେଆର ଟିକନର ମିଚେଲ ସାଣ୍ଟନର, ଟିମ ସେଫର୍ଟ(ୱିକେଟ କିପର), ଇସ ଶୋଢି, ଟିମ ସାଉଦି ।