ETV Bharat / sports

କାନେରିଆଙ୍କ କଡା କଥା: ଟଙ୍କା ପାଇଁ ଦେଶ ବିକିନି

author img

By

Published : Dec 30, 2019, 4:41 AM IST

ସମାଲୋଚକଙ୍କୁ ପାକିସ୍ତାନ କ୍ରିକେଟର ଦାନିସ କାନେରିଆଙ୍କ କଡା ଜବାବ । ଆଙ୍ଗୁଳିରେ ଆଘାତ ସତ୍ତ୍ବେ ବୋଲିଂ କରିଛି କିନ୍ତୁ ଟଙ୍କା ପାଇଁ ଦେଶକୁ ବିକ୍ରି କରିନି । ଅଧିକ ପଢନ୍ତୁ...

Danish Kaneria Hits Out
ଟଙ୍କା ପାଇଁ ଦେଶ ବିକିନି

କରାଚୀ: ପାକିସ୍ତାନ କ୍ରିକେଟରେ ପୂର୍ବତନ କ୍ରିକେଟର ଦାନିସ କାନେରିଆଙ୍କୁ ନେଇ ଘମାସାନ । ହିନ୍ଦୁ କ୍ରିକେଟର ବୋଲି ଦଳରେ ଅଣଦେଖା କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ବିବାଦ ଥମିବାର ନାଁ ନେଉନି । କାନେରିଆ ତାଙ୍କ ସମାଲୋଚକଙ୍କୁ କଡା ଜବାବ ଦେବା ସହ କହିଛନ୍ତି ଟଙ୍କା ପାଇଁ ସେ ଦେଶକୁ ବିକ୍ରି କରିନାହାଁନ୍ତି ।

Danish Kaneria Hits Out
ଦାନିସ କାନେରିଆ

ପାକିସ୍ତାନର ଏକ ଜାତୀୟ ଗଣମାଧ୍ୟମରେ ପାକିସ୍ତାନ ଫାଷ୍ଟ ବୋଲର ସୋଏବ ଅଖତର, ସାଥୀ ଦାନିସ କାନରିଆଙ୍କ ସମ୍ପର୍କରେ ଟିପ୍ପଣୀ କରିଥିଲେ । ସୋଏବ କହିଥିଲେ କାନେରିଆ ହିନ୍ଦୁ ହୋଇଥିବାରୁ ପାକିସ୍ତାନ ଟିମର କିଛି ଖେଳାଳି ତାଙ୍କ ସହ ଠିକ ବ୍ୟବହାର କରୁନଥିଲେ । ଏକାଠି ଖାଉନଥିଲେ, ପାଖରେ ବସୁନଥିଲେ । ଏମିତିକି ଶ୍ରେଷ୍ଠ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବା ପରେ ମଧ୍ୟ ଶ୍ରେୟ କାନେରିଆଙ୍କୁ ମିଳୁନଥିଲା ।

ଏହାପରେ ଦାନିସ କାନେରିଆ ସୋଏବଙ୍କ କଥାକୁ ସତ ବୋଲି କହି ସ୍ବୀକାର କରିଥିଲେ । ତେବେ ଏହି ଘଟଣା ପରେ କିଛି ପାକିସ୍ତାନ କ୍ରିକେଟର କାନେରିଆଙ୍କୁ ସମାଲୋଚନା କରିଛନ୍ତି । ଏହାର ଜବାବରେ କାନେରିଆ କହିଛନ୍ତି ସେ ଟଙ୍କା ପାଇଁ ଦେଶକୁ ବିକ୍ରି କରିନାହାଁନ୍ତି । ଏମିତିକି ଆଙ୍ଗୁଳିରେ ଆଘାତ ସତ୍ତ୍ବେ ମଧ୍ୟ ସେ ବୋଲିଂ କରିଛନ୍ତି । ତାଙ୍କ ସହ ଏପରି ବ୍ୟବହାର ହୋଇଥିଲେ ମଧ୍ୟ, ସେ କେବେ ଅଭିଯୋଗ କରିନାହାଁନ୍ତି । ଏମିତିକି ପ୍ରଥମେ ସେ ଏହି କଥା ସାମ୍ନାକୁ ଆଣିନଥିଲେ । ତେବେ କାନେରିଆ ଫିକ୍ସିଂ ମାମଲାରେ ବାସନ୍ଦାଦେଶ ଭୋଗିଥିବା ପେସ ବୋଲର ମହମ୍ମଦ ଆମୀରଙ୍କ ଉଦ୍ଦେଶ୍ୟରେ ଏହା କହିଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.