ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ । ପାଣ୍ଡ୍ୟା 4 ମାସର ପୁତ୍ର ସନ୍ତାନର ପିତା ଅଛନ୍ତି । ପୁଅ ଅଗସ୍ତ୍ୟାକୁ ଖାଇବାକୁ ଦେଉଥିବାର ଏକ ଫଟୋ ପାଣ୍ଡ୍ୟା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
-
From national duty to father duty ❤️ pic.twitter.com/xmdFMljAO1
— hardik pandya (@hardikpandya7) December 12, 2020 " class="align-text-top noRightClick twitterSection" data="
">From national duty to father duty ❤️ pic.twitter.com/xmdFMljAO1
— hardik pandya (@hardikpandya7) December 12, 2020From national duty to father duty ❤️ pic.twitter.com/xmdFMljAO1
— hardik pandya (@hardikpandya7) December 12, 2020
ଏଥିରେ ଜାତୀୟ କର୍ତ୍ତବ୍ୟ ପରେ ପିତାର କର୍ତ୍ତବ୍ୟ ବୋଲି ଲେଖିଛନ୍ତି । ପାଣ୍ଡ୍ୟାଙ୍କ ଏହି ଫଟୋ ସୋସିଆଲ ମିଡିଆଲେ ବେଶ ଭାଇରାଲ ହେଉଛି । ବିନ୍ଦାସ ମିଜାଜରେ ସବୁବେଳେ ଫ୍ୟାନ୍ସଙ୍କ ସାମ୍ନାରେ ନଜର ଆସିଥିବା ପାଣ୍ଡ୍ୟାଙ୍କ ପିତା ଅବତାରରେ କୁନି ଶିଶୁପୁତ୍ର ପ୍ରତି କର୍ତ୍ତବ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
ଶନିବାର ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟାଙ୍କୁ 4 ମାସ ହୋଇଛି ।
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସଦସ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ମ୍ୟାନ ଅଫ ଦ ସିରିଜ ଆୱାର୍ଡ ବିଜେତା ହୋଇଥିଲେ । ଦମଦାର ପ୍ରଦର୍ଶନ ସହ ଦଳର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।
ପିତା ହେବାର ଦିନକ ପରେ, ପାଣ୍ଡ୍ୟା ଆଇପିଏଲର 13ତମ ସଂସ୍କରଣ ପାଇଁ ୟୁଏଇ ଉଡାଣ ଭରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ 5ମ ଥର ପାଇଁ ଆଇପିଏଲ ଚମ୍ପିଆନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ