ଦୁବାଇ: ଆଜି ପ୍ରଥମ କ୍ବାଲିଫାୟର ମ୍ୟାଚ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ ଟସ୍ ଜିତି ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।
ଆଜି ଯେଉଁ ଦଳ ବିଜୟ ହେବ, ସେହି ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଯିଏ ଏହି ପ୍ରଥମ କ୍ବାଲିଫାୟର ମ୍ୟାଚରେ ପରାସ୍ତ ହେବ, ସେହି ଦଳକୁ ସୁଯୋଗ ମିଳିବ କ୍ବାଲିଫାୟର-2ରେ ଏଲିମିନେଟର ମ୍ୟାଚର ବିଜେତା ସହ ଖେଳିବାର ।
ଦିଲ୍ଲୀ ଦଳରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି ଅଧିନାୟକ ଶ୍ରେୟାସ ଆୟର । ମୁମ୍ବାଇ ଟିମରେ ପରିବର୍ତ୍ତନ କରାଯାଇଛି । ବୁମରାହ, ବୋଲ୍ଟ ଓ ହାର୍ଦ୍ଦିକ ଟିମରେ ସାମିଲ ହୋଇଛନ୍ତି ।
ଦିଲ୍ଲୀର କ୍ୟାପିଟାଲ୍ସ: ଶିଖର ଧୱନ, ପୃଥ୍ବୀ ଶ', ଅଜିଙ୍କ୍ୟ ରହାଣେ, ଶ୍ରେୟାସ ଆୟର,ଋଷଭ ପନ୍ତ , ମାର୍କସ ଷ୍ଟୋଇନିସ, ଡାନିଏଲ ସାମସ୍, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ ।
ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା, କ୍ବିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ଇଶାନ କିଶାନ, କ୍ରୁଣାଲ ପାଣ୍ଡ୍ୟା, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା,
ନାଥାନ୍ କୁଲଟର୍ ନାଇଲ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରାହ ।