ETV Bharat / sports

ଆଇପିଏଲ 2020: କୋଲକତାକୁ 49ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

author img

By

Published : Sep 24, 2020, 8:09 AM IST

ମୁମ୍ବାଇ ଇଣ୍ଡିଆନ୍ସ ୟୁଏଇରେ କେକେଆରକୁ ମାତ୍‌ ଦେଇ ପ୍ରଥମ ବିଜୟ ହାସଲ କରିଛି । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ସାନଦାର ଅର୍ଦ୍ଧଶତକ ପାଳି ଖେଳି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଇପିଏଲ2020: କୋଲକତାକୁ 49ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଦିନ ଆଇପିଏଲର 13ତମ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି । ମୁମ୍ବାଇ ଚଳିତ ସଂସ୍କରଣରେ କେକେଆର ବିପକ୍ଷରେ 2ୟ ମ୍ୟାଚ ଖେଳି ବିପକ୍ଷ ଦଳକୁ 49ରନ୍‌ରେ ମାତ୍‌ ଦେଇଛି । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ସାନଦାର ଅର୍ଦ୍ଧଶତକ ପାଳି ଖେଳି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

mumbai-indians-won-by-49-runs-against-kolkata-knight-riders
କୋଲକତାକୁ 49ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ପ୍ରଥମେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମୁମ୍ବାଇ ଦଳ ପକ୍ଷରୁ ସର୍ବାଧିକ 80(54ବଲ୍‌)ରନ୍‌ କରିଥିଲେ ରୋହିତ ଶର୍ମା । ଏଥିସହ ସୂର୍ଯ୍ୟକୁମାର 47(28ବଲ୍‌), ସୌରଭ ତିଓ୍ବାରୀ 21(13ବଲ୍‌), ହାର୍ଦ୍ଦିକ ପାଣ୍ଡ୍ୟା 18(13ବଲ୍‌) ଏବଂ କିରନ ପୋଲାର୍ଡ ଶେଷ ଆଡକୁ 13 (7)ରନ ସଂଗ୍ରହ କରି ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ବିନିମୟରେ 195ରନ ସଂଗ୍ରହ କରିଥିଲେ ।

କେକେଆର ପକ୍ଷରୁ ଶିଭମ ମାଭି ସର୍ବାଧିକ 2 ଓ୍ବିକେଟ, ସୁନୀଲ ନାରିନ ଓ ଆଣ୍ଡ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ମୁମ୍ବାଇ ବନାମ କୋଲକତା

196ରନର ବିଜୟଲକ୍ଷ୍ୟ ନେଇ ଆବୁଧାବି ଗ୍ରାଉଣ୍ଡକୁ ଓହ୍ଲାଇଥିବା କୋଲକତା ଦଳ ମୁମ୍ବାଇ ବୋଲରଙ୍କ ସାମ୍ନାରେ କ୍ରିଜରେ ତିଷ୍ଠି ପାରି ନଥିଲେ । ନିର୍ଦ୍ଧାରିତ ଓଭରରେ କେକେଆର 146ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସର୍ବାଧିକ 33(12ବଲ୍‌)ରନ୍‌ ପ୍ୟାଟ କମିନ୍ସ କରିଥିବା ବେଳେ ଅଧିନାୟକ ଦିନେଶ କାର୍ତ୍ତିକ 30(23ବଲ୍‌), ନିତିଶ ରାଣା 24(18ବଲ୍‌)ରନ୍‌, ଇୟୋନ ମୋର୍ଗାନ 16(20ବଲ୍‌), ଆଣ୍ଡ୍ରେ ରସେଲ 11ରନ୍‌, ଶିଭମ ମାଭି 9ରନ୍‌, ସୁନୀଲ ନାରିନ 9ରନ୍‌ ଓ ଶୁଭମନ ଗିଲ 7ରନ୍‌ କରିଥିଲେ ।

ମୁମ୍ବାଇ ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ବୁମ୍‌ରା, ପାଟିନସନ୍‌ ଓ ରାହୁଲ ଚହର 2ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ପୋଲାର୍ଡ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ତେବେ କୋଲକତା ତା'ର 2ୟ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ 26ସେପ୍ଟେମ୍ବରରେ ଖେଳିବ ଓ ମୁମ୍ବାଇ 28 ସେପ୍ଟେମ୍ବରରେ ଆରିସିବି ବିପକ୍ଷରେ ଦୁବାଇରେ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.