କୋଲକାତା: ଭାରତୀୟ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ଗତକାଲି ମ୍ୟାଚରେ କାନ୍ଦି ପକାଇଲେ । କାରଣ ଏମିତି କି ମ୍ୟାଚର 16ତମ ଓଭରରେ ସେ କୋଲକାତା ପାଇଁ ବୋଲିଂ କରୁଥିଲେ । ବ୍ୟାଟିଂ କରୁଥଲେ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୋଇନ ଅଲ୍ଲୀ ।
ତେବେ ଉକ୍ତ ଓଭରରେ କୁଲଦୀପଙ୍କୁ ଅଲ୍ଲୀ 26ରନର ପ୍ରହାର ଦେଇଥିଲେ । ତେବେ ପ୍ରଥମ ବଲ ଚୌକା ଓ ପରେ ଛକା । ଏମିତି ଥିଲା ଓଭରର 5ଟି ବଲ । ଅର୍ଥାତ ମୋଇନ ୨ ଚୌକା ଓ ୩ ଛକା ମାରିଥିଲେ । ମାତ୍ର ଶେଷ ବଲରେ ମୋଇନଙ୍କୁ କ୍ୟାଚ ଆଉଟ କରି ପାଭେଲିଅନ ଫେରାଇଥିଲେ କୁଲଦୀପ ।
ତେବେ ବ୍ୟୟବହୁଳ ଓଭର ପରେ ଚାଇନାମ୍ୟାନ ଫିଲ୍ଡରେ କାନ୍ଦୁଥିବାର ନଜର ଆସିଥିଲା । ତାଙ୍କୁ ସାଥୀ ଖେଳାଳି ନୀତିଶ ରାଣା ସାନ୍ତ୍ୱନା ଦେଇଥିବା ନଜର ଆସିଥିଲେ । କୁଲଦୀପ କାନ୍ଦୁ ଥିବାର ଫଟୋ ଟୁଇଟରରେ ଶେୟାର ହେବା ପରେ ଭାରତୀୟ କ୍ରିକେଟ ପ୍ରଶଂସକମାନେ ତାଙ୍କ ସପକ୍ଷରେ ବାହାରିଛନ୍ତି।