ETV Bharat / sports

ଧୋନୀ ଓ ତାଙ୍କ ପତ୍ନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

author img

By

Published : Feb 19, 2021, 7:31 AM IST

ମହେନ୍ଦ୍ର ସିଂହ ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ନାଚିବା ଭିଡିଓ ହେଲା ଭାଇରାଲ । ଜଣେ ବନ୍ଧୁଙ୍କ ବାହାଘରରେ ଉଭୟ ମିଶି ଡ୍ୟାନ୍ସ କରୁଥିବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଅଧିକ ପଢ଼ନ୍ତୁ...

mahender singh dhoni and sakhsi dancing video viral in social media
ଭାଇରାଲ ହେଲା ଧୋନୀ ଓ ତାଙ୍କ ପତ୍ନୀଙ୍କ ନାଚିବା ଭିଡିଓ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ନାଚିବା ଭିଡିଓ ହେଲା ଭାଇରାଲ । ଜଣେ ବନ୍ଧୁଙ୍କ ବାହାଘରରେ ଉଭୟ ମିଶି ନାଚ କରୁଥିବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଧୋନୀ ଫ୍ୟାନ ଇନଷ୍ଟାଗ୍ରାମ ୟୁଜର ଆକାଉଣ୍ଟରେ ଏହି ଭିଡିଓ ସେୟାର ହୋଇଛି । ଏକ ବଲିଉଡ ଗୀତରେ ଦୁହେଁ ନାଚୁଥିବା ଦେଖିବାକୁ ମିଳିଛି।

ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ନେଇ କିଛିଟା ଫଟୋ ସେୟାର କରିଛନ୍ତି। ଧୋନୀ ଓ ସାକ୍ଷୀଙ୍କ ନାଚିବା ଭିଡିଓକୁ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ସାଧାରଣତଃ କ୍ୟାପଟେନ କୁଲ ଧୋନୀଙ୍କ ଏହି ଅନ୍ଦାଜ ଦେଖିବାକୁ ମିଳେ ନାହିଁ। ବର୍ତ୍ତମାନ ଇନଷ୍ଟଗ୍ରାମରେ ଏହି ଭିଡିଓକୁ ବାରମ୍ବାର ସେୟାର କରୁଛନ୍ତି ଧୋନୀଙ୍କ ଫ୍ୟାନ।

ଭିଡିଓରେ ଧୋନୀ ଏକ ଚେୟାରରେ ବସିଛନ୍ତି । ଏକ ବଲିଉଡ ଗୀତରେ ଧୋନୀଙ୍କ କାନ୍ଧରେ ହାତ ପକାଇ ନାଚୁଛନ୍ତି ସାକ୍ଷୀ। ଗୀତର ତାଳେ ତାଳେ ମଧ୍ୟ ନାଚୁଥିବା ଦେଖା ଯାଇଛି । 2010 ମସିହାରେ ମହେନ୍ଦ୍ର ସିଂହ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।

39 ବର୍ଷୀୟ ଧୋନୀ ଗତବର୍ଷ ଅଗଷ୍ଟ 15 ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ। ସେ ଭାରତ ପାଇଁ 2007 ମସିହା ଟି-20 ବିଶ୍ବକପ, 2011 ବିଶ୍ବକପ ଓ 2013ରେ ଭାରତ ପାଇଁ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ ହୋଇଥିଲେ। ଏହାଛଡ଼ା ତାଙ୍କ ନେତୃତ୍ବରେ ଭାରତୀୟ ଦଳ 2009 ମସିହାରେ ପ୍ରଥମ ଥର ପାଇଁ ଶୀର୍ଷ ରାଙ୍କିଂରେ ରହିଥିଲା। 2014ରେ ସେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ବର୍ତ୍ତମାନେ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ବରେ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.