ETV Bharat / sports

ରବି ଥୋଡଗେ କ୍ରିକେଟ ପ୍ରଶାସକ କମିଟିରେ 3ୟ ସଦସ୍ୟ - Vinod Rai

2017ରେ ସୁପ୍ରିମକୋର୍ଟ ଏକ 4 ଜଣିଆ ସଦସ୍ୟ ବିଶିଷ୍ଟ ପ୍ରଶାସକ କମିଟି ଗଠନ କରିଥିଲା । ଲୋଧା ପାନେଲ କରିଥିବା ସୁପାରିଶ ସବୁକୁ ବିସିସିଆଇରେ ଲାଗୁ କରିବା ପାଇଁ ଏହି କମିଟି ଗଠନ କରାଯାଇଥିଲା ।

ଫାଇଲ ଫଟୋ
author img

By

Published : Feb 22, 2019, 9:18 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କ୍ରିକେଟ ପ୍ରଶାସକ କମିଟି(ସିଓଏ)କୁ ମିଳିଛି ତୃତୀୟ ସଦସ୍ୟ । ସୁପ୍ରିମକୋର୍ଟ ଗତକାଲି ଲେଫନାଣ୍ଟ ଜେନେରାଲ ରବି ଥୋଡଗେଙ୍କୁ ସିଓଏର ତୃତୀୟ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ କମିଟିରୁ ଦୁଇ ଜଣ ସଦସ୍ୟ ଇସ୍ତଫା ଦେଇଥିଲେ ।

ଜଷ୍ଟିସ ଏସଏ ବୋବଦେ ଏବଂ ଏଏମ ସାପ୍ରେଙ୍କୁ ନେଇ ଗଠିତ ବେଞ୍ଚ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବରୁ 2017ରେ ସୁପ୍ରିମକୋର୍ଟ ଏକ 4 ଜଣିଆ ସଦସ୍ୟ ବିଶିଷ୍ଟ ପ୍ରଶାସକ କମିଟି ଗଠନ କରିଥିଲା । ଲୋଧା ପାନେଲ କରିଥିବା ସୁପାରିଶ ସବୁକୁ ବିସିସିଆଇରେ ଲାଗୁ କରିବା ପାଇଁ ଏହି କମିଟି ଗଠନ କରାଯାଇଥିଲା । ଏହାର ଅଧ୍ୟକ୍ଷ ଭାରତର ପୂର୍ବତନ ସିଏଜି ବିନୋଦ ରାଏ ଥିବାବେଳେ କମିଟିରେ ଅନ୍ୟ ସଦସ୍ୟ ଭାବେ ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଡାଏନା ଇଡୁଲଜି, ଐତିହାସିକ ରାମଚନ୍ଦ୍ର ଗୁହା ଏବଂ ବ୍ୟାଙ୍କର ବିକ୍ରମ ଲିମାୟେ ରହିଥିଲେ ।

ତେବେ ଗତବର୍ଷ କମିଟିରୁ ବିକ୍ରମ ଏବଂ ରାମଚନ୍ଦ୍ର ଇସ୍ତଫା ଦେଇଥିଲେ । ଫଳରେ କମିଟିରେ କେବଳ ବିନୋଦ ରାଏ ଏବଂ ଡାଏନା ଥିବାବେଳେ ଆଜି ତୃତୀୟ ସଦସ୍ୟ ଭାବେ ରବି ଥୋଡଗେ ନିଯୁକ୍ତି ପାଇଛନ୍ତି ।

Intro:Body:

ଦୁଇ ବାଇକ ମୁହାଁମୁହିଁ, ଜଣେ ମୃତ

କଟକ: ବାଇକ ସହ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । 

ତେବେ ଦୁର୍ଘଟଣାଟି ଘଟିଛି କଟକ ସଦର ଥାନା ନିକଟସ୍ଥ ଜତୀୟ ରାଜପଥରେ । କୁରାଙ୍ଗଶାସନ-ଭିଙ୍ଗାରପୁର ରାସ୍ତାରେ 2ଟି ବାଇକ ମୁଁହାମୁହିଁ ଧକ୍କା ହୋଇଥିଲେ । ଯାହାଫଳରେ ଏପରି ଅଘଟଣ ଘଟିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପଚରାଉଚୁରା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକର ପରିଚୟ ମିଳିପାରି ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.