ETV Bharat / sports

କୁଲଦୀପଙ୍କୁ ସିବରାମକ୍ରିଷ୍ଣନ ଦେଲେ ଶ୍ରେଷ୍ଠ ସ୍ପିନର ହେବାର ଟିପ୍ସ - କୁଲଦୀପଙ୍କୁ ସିବରାମକ୍ରିଷ୍ଣନଙ୍କ ଟିପ୍ସ

କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କ ଅଧିନାୟକତ୍ବ ବିଷୟରେ କହିଲେ ଲକ୍ଷ୍ମଣ ସିବରାମକ୍ରିଷ୍ଣନ । ଏହାସହ କୁଲଦୀପ ଯାଦବଙ୍କୁ ଦେଲେ ଟପ ସ୍ପିନର ହେବାର ଟିପ୍ସ । ଅଧିକ ପଢ଼ନ୍ତୁ...

Kuldeep must develop a top spinner, Sivaramakrishnan, ଶ୍ରେଷ୍ଠ ସ୍ପିନର ହେବାର ଟିପ୍ସ , କୁଲଦୀପଙ୍କୁ ସିବରାମକ୍ରିଷ୍ଣନଙ୍କ ଟିପ୍ସ, କୁଲଦୀପ ଯାଦବ
କୁଲଦୀପଙ୍କୁ ସିବରାମକ୍ରିଷ୍ଣନ ଦେଲେ ଶ୍ରେଷ୍ଠ ସ୍ପିନର ହେବାର ଟିପ୍ସ
author img

By

Published : Jun 28, 2020, 1:08 AM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ସିବରାମକିଷ୍ଣନ ଭାରତୀୟ ଦଳ ସହ ତାଙ୍କ ସମୟ ବିଷୟରେ କହିଥିଲେ ଏବଂ ଅଧିନାୟକ ଭାବରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ଜଣାଇଥିଲେ । ଏହାସହ ବର୍ତ୍ତମାନର ଭାରତୀୟ ସ୍ପିନର ଚାଇନା ମ୍ୟାନ କୁଲଦୀପ ଯାଦବଙ୍କୁ ମଧ୍ୟ ଦେଇଥିଲେ କିଛି ଟିପ୍ସ ।

ସେ କହିଥିଲେ ଯେ କପିଲ ଜଣେ ସ୍ବତଃପ୍ରବୃତ୍ତ ଅଧିନାୟକ ଥିବାବେଳେ ଗାଭାସ୍କର ପୂର୍ବରୁ ସବୁ ଯୋଜନା କରୁଥିଲେ।

ସିବରାମକ୍ରିଷ୍ଣନ୍ ଡବ୍ଲୁଭି ରମଣଙ୍କୁ କହିଛନ୍ତି, ‘‘ମୁଁ ସବୁବେଳେ ଗାଭାସ୍କରଙ୍କ ଅଧୀନରେ ଭଲ ପ୍ରଦର୍ଶନ କରିଥିଲି କିନ୍ତୁ କପିଲ ଦେବଙ୍କ ଅଧୀନରେ ସେତେଟା ଭଲ ନୁହେଁ। କପିଲ ଜଣେ ସ୍ବତଃ ପ୍ରବୃତ୍ତ ଅଧିନାୟକ ଥିବାବେଳେ ଗାଭାସ୍କର ଏମିତି ଜଣେ ଅଧିନାୟକ ଥିଲେ ଯିଏ ସମସ୍ତ ଜିନିଷ ପୂର୍ବରୁ ଯୋଜନା କରୁଥିଲେ।’’

‘‘ମୁଁ ଭାବୁଛି ଭାରତ ଆଜି ପର୍ଯ୍ୟନ୍ତ ଉତ୍ପାଦନ କରିଥିବା ସର୍ବଶ୍ରେଷ୍ଠ କ୍ରୀଡାବିତ ହେଉଛନ୍ତି କପିଲ ଦେବ କାରଣ ସେ କେବଳ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ କ୍ରିକେଟ୍ ଖେଳି ନାହାଁନ୍ତି ବରଂ ଅନ୍ୟାନ୍ୟ ଖେଳ ମଧ୍ୟ ଖେଳିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଛି ଯେ ଲେଗ ସ୍ପିନର କିମ୍ବା କୌଣସି ସ୍ପିନରଙ୍କ ବିକାଶରେ ଅଧିନାୟକତ୍ବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବର୍ତ୍ତମାନର ସ୍ପିନର କୁଲଦୀପ ଯାଦବଙ୍କ ପାଇଁ ମଧ୍ୟ ସିବରାମକ୍ରିଷ୍ଣନ କିଛି ପରାମର୍ଶ ଦେଇଛନ୍ତି, ଯିଏ କି କୋରୋନା ମହାମାରୀ ପୂର୍ବରୁ ନିଜ ପ୍ରଦର୍ଶନକୁ ନେଇ କଠିନ ସ୍ଥିତି ଦେଇ ଗତି କରୁଥିଲେ ।

ସେ କହିଛନ୍ତି, ‘‘ତାଙ୍କୁ ଅଧିକ ଭିନ୍ନତା ବିକାଶ କରିବାକୁ ପଡିବ। ତାଙ୍କୁ ଭଲ ଡିସେପ୍ଟଭ ଗୁଗଲି ମିଳିଛି, କିନ୍ତୁ ତାଙ୍କୁ ନିଜ ଭିତରେ ଜଣେ ଟପ ସ୍ପିନର ବିକାଶ କରିବାକୁ ପଡିବ।’’

‘‘ଯେତେବେଳେ ଆପଣ ଜଣେ ଟପ୍-ସ୍ପିନର ଭାବେ ବୋଲିଂ କରନ୍ତି ଏହା କେବଳ ସ୍ପିନ୍ ଉପରେ ନୁହେଁ ବରଂ ବ୍ୟାଟ୍ସମ୍ୟାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଏ ଏବଂ ଏଥିରେ ଅତିରିକ୍ତ ବାଉନ୍ସ ଥାଏ ।’’

‘‘ଟପ ସ୍ପିନର ବ୍ୟାଟର ଶୀର୍ଷକୁ ହିଟ୍ କରନ୍ତି। ଟପ୍ ସ୍ପିନର ବିକାଶ କରିବା କଷ୍ଟସାଧ୍ୟ ନୁହେଁ କାରଣ ହାତର ସ୍ଥିତି ଗୁଗଲି ଏବଂ ଏକ ଲେଗ ବ୍ରେକ୍ ମଧ୍ୟରେ ରହିଥାଏ ତେଣୁ ପ୍ରଦର୍ଶନ କରିବା ସହଜ ଅଟେ,” ବୋଲି ସିବରାମକ୍ରିଷ୍ଣନ୍ କହିଛନ୍ତି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.