ETV Bharat / sports

ସମସ୍ତ ଫର୍ମାଟରେ କୋହଲି ବେଷ୍ଟ: ଜୁନୈଦ - ସମସ୍ତ ଫର୍ମାଟରେ କୋହଲି ବେଷ୍ଟ

ପାକିସ୍ତାନ ପେସର ଜୁନୈଦ ଖାନ କୋହଲିଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏହାସହ ବିରାଟ କେହୋଲି ସମସ୍ତ ଫର୍ମାଟରେ ବେଷ୍ଟ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ...

Kohli best batsman in the world across formats,  Junaid khan on kohli, ସମସ୍ତ ଫର୍ମାଟରେ କୋହଲି ବେଷ୍ଟ, ପାକିସ୍ତାନ ପେସର ଜୁନୈଦ ଖାନ
ସମସ୍ତ ଫର୍ମାଟରେ କୋହଲି ବେଷ୍ଟ: ଜୁନୈଦ
author img

By

Published : Jul 27, 2020, 2:43 PM IST

ଲାହୋର: ପାକିସ୍ତାନ ପେସର ଜୁନୈଦ ଖାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରି କହିଛନ୍ତି ଯେ କ୍ରିକେଟର ସମସ୍ତ ଫର୍ମାଟରେ ବିରାଟ ହେଉଛି ବିଶ୍ବର ଶ୍ରେଷ୍ଠ ଖେଳାଳି ।

ଜୁନୈଦ କୋହଲିଙ୍କ ସ୍ଥିରତା ବିଷୟରେ ମଧ୍ୟ କହିଛନ୍ତି, ଯେ ତାଙ୍କ ଅନୁଯାୟୀ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଏବଂ ପାକିସ୍ଥାନର ହ୍ବାଇଟ ବଲ ଅଧିନାୟକ ବାବର ଆଜମଙ୍କ ଠାରୁ କୋହଲି ଟିକିଏ ଆଗରେ ରହିଛନ୍ତି ।

‘‘ଏଥିରେ କୌଣସି ସନ୍ଦେହ ନାହିଁ (ବିରାଟ) କୋହଲି ସମସ୍ତ ତିନୋଟି ଫର୍ମାଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଯଦି ଆପଣ କାହାକୁ ପଚାରନ୍ତି, ସେମାନେ କହିବେ ଯେ ବାବର ଆଜାମ, ଜୋ ରୁଟ୍, କେନ୍ ୱିଲିୟମସନ, ଷ୍ଟିଭ ସ୍ମିଥଙ୍କ ଭଳି ଖେଳାଳି ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ କିନ୍ତୁ ଶୀର୍ଷରେ ଅଛନ୍ତି କୋହଲି। କାରଣ ସେ ତିନୋଟି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି,’’ ବୋଲି ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବା ଭିଡିଓରେ ଜୁନୈଦ କହିଛନ୍ତି।

ପାକିସ୍ତାନୀ ସ୍ପିଡଷ୍ଟର ମଧ୍ୟ ଗୋଟିଏ ସିରିଜରେ କୋହଲିଙ୍କୁ ଆଉଟ କରିବା କଥା ମନେ ପକାଇଛନ୍ତି । 2012 ରେ ପାକିସ୍ତାନ ଭାରତକୁ 2-1 ପରାଜିତ କରିଥିଲା । ଆଉ ଜୁନୈତ ଏଥିରେ କୌହଲିଙ୍କ ୱିକେଟ ନେଇଥିଲେ ।

ଜୁନୈଦ କହିଛନ୍ତି, ‘‘ସେହି ଗ୍ସତ ପୂର୍ବରୁ ମୁଁ ଫୈସଲାବାଦରେ ଘରୋଇ କ୍ରିକେଟ ଖେଳୁଥିଲି। ମୁଁ ପ୍ରତ୍ୟେକ ମ୍ୟାଚରେ ପ୍ରାୟ 35-40 ଓଭର ବୋଲିଂ କରିଥିଲି ତେଣୁ ମୁଁ ଏହି ସିରିଜ ପାଇଁ ଯାଇଥିଲେ ।’’

ସିରିଜ ପୂର୍ବରୁ ଜୁନୈଦ କୋହଲିଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ମଧ୍ୟ ମନେ ପକାଇଥିଲେ ଯେତେବେଳେ କୋହଲି ଭାରତର ପିଚର ସ୍ଥିତି ନେଇ ତାଙ୍କୁ ଥଟ୍ଟା କରିଥିଲେ।

ଜୁନୈଦ କହିଛନ୍ତି, ‘‘ମୁଁ ତାଙ୍କୁ ବୋଲିଂ କରିଥିବା ପ୍ରଥମ ବଲ ଏକ ୱାଇଡ ଥିଲା କିନ୍ତୁ ପରବର୍ତ୍ତୀ ବଲରେ ଯେତେବେଳେ ମୁଁ ତାଙ୍କୁ ବିଟ କଲି, ମୁଁ ଭାବିଲି ସେ ଜଣେ ସାଧାରଣ ବ୍ୟାଟ୍ସମ୍ୟାନ୍। ତା’ପରେ ମୁଁ କିଛି ଗତି ପାଇଲି।’’

‘‘ସିରିଜ ପୂର୍ବରୁ ବିରାଟ ଥଟ୍ଟା କରି ମୋତେ କହିଥିଲେ ଯେ ଏହା ହେଉଛି ଭାରତୀୟ ପିଚ୍ ଏବଂ ବଲ ଏଠାରେ ସୁଇଙ୍ଗ କିମ୍ବା ସିଲ୍ ହେବ ନାହିଁ। ମୁଁ କହିଲି ‘‘ଆମେ ଦେଖିବୁ, କାରଣ ମୋ ପାଖରେ ମଧ୍ୟ ବହୁତ ଗତି ଅଛି।’’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.