ମାଉଣ୍ଟ ମାଉଙ୍ଗାନୁଇ: ଭାରତୀୟ କ୍ରିକେଟ ଟିମ ଟି-20 ସିରିଜର 5ମ ମ୍ୟାଚରେ 7ରନରେ ବିଜୟ ହୋଇଛି । ଏଥିସହ ଭାରତ ପ୍ରଥମ ଥର ପାଇଁ କିଓ୍ବି ବିପକ୍ଷରେ କ୍ଲିନ୍ ସୁଇପ କରିଛି । ତେବେ ସିରିଜରେ ସାନଦାର୍ ପ୍ରଦର୍ଶନ କରିଥିବା କେଏଲ ରାହୁଲଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ପୁରସ୍କାର ମିଳିଛି ।
କିଓ୍ବି ବିପକ୍ଷରେ କେଏଲ ରାହୁଲ ସାନଦାର୍ ବ୍ୟାଟିଂ କରିଛନ୍ତି । ତେବେ ଟି-20 ଦ୍ବିପାକ୍ଷିକ ସିରିଜରେ ସବୁଠାରୁ ଅଧିକ ରନ୍ କରିଛନ୍ତି କେ ଏଲ ରାହୁଲ । ଏଥିସହ ସେ ଭାରତୀୟ ଅଧିନାୟକ ବିରାଟଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଏହି ସିରିଜରେ ରାହୁଲ 2ଟି ଅର୍ଦ୍ଧଶତକ ପାଳି ଖେଳିବା ସହ ମୋଟ୍ 224ରନ୍ କରିଛନ୍ତି । ଏହା ଦ୍ବିପାକ୍ଷିକ ଟି-20 ସିରିଜରେ ସର୍ବାଧିକ ରନ୍ । ଏହା ପୂର୍ବରୁ ବିରାଟଙ୍କ ନାଁରେ ଏହି ରେକର୍ଡ ରହିଥିଲା ।
-
5️⃣ - 0️⃣ 👌🏻😎🔝🇮🇳🇮🇳🇮🇳🇮🇳🇮🇳 #TeamIndia #NZvIND pic.twitter.com/pn0qTiwDHR
— BCCI (@BCCI) February 2, 2020 " class="align-text-top noRightClick twitterSection" data="
">5️⃣ - 0️⃣ 👌🏻😎🔝🇮🇳🇮🇳🇮🇳🇮🇳🇮🇳 #TeamIndia #NZvIND pic.twitter.com/pn0qTiwDHR
— BCCI (@BCCI) February 2, 20205️⃣ - 0️⃣ 👌🏻😎🔝🇮🇳🇮🇳🇮🇳🇮🇳🇮🇳 #TeamIndia #NZvIND pic.twitter.com/pn0qTiwDHR
— BCCI (@BCCI) February 2, 2020
ରାହୁଲ ଏହି ସିରିଜର ପ୍ରଥମ ମ୍ୟାଚରେ 56ରନ, 2ୟ ମ୍ୟାଚରେ 57*, 3ୟ ମ୍ୟାଚରେ 27,4ର୍ଥ ମ୍ୟାଚରେ 39 ଓ 5ମ ମ୍ୟାଚରେ 56 ରନ୍ ଅକ୍ତିଆର କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ 144.51 ରହିଥିଲା ।