ଖୋର୍ଦ୍ଧା: କରଡଗାଡିଆ ମହାବୀର କ୍ଲବ ଆନୂକୂଲ୍ୟରେ ସ୍ଥାନୀୟ ଖେଳପଡ଼ିଆରେ ଚାଲିଥିବା ସପ୍ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚ ସତ୍ୟପୀର କ୍ଲବ କାଇପଦର ଏବଂ ବାଙ୍କି ଆଥଲେଟିକ କ୍ଲବ ମଧ୍ୟରେ ଖେଳାଯାଇଥିଲା ।
ଟସ୍ ଜିତି କାଇପଦର ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭର ଖେଳରେ ୯ ଉଇକେଟ ହରାଇ ୨୪୨ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁଶାନ୍ତ ପାଇକରାୟ ୨୬ ବଲରୁ ୭୨ରନର ବିସ୍ଫୋରକ ପାଳି ଖେଳିଥିଲେ । ଅନ୍ୟପଟେ ଜ୍ୟୋତିରଞ୍ଜନ ଏକାକୀ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ପରେ 243 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ବାଙ୍କି । ମାତ୍ର ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୨ ରନ କରିବାରେ ସକ୍ଷମ ହୋଇଥିଲା । ସୁସାନ୍ତ ସାମନ୍ତରାୟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଲିଟିଲ ଚମ୍ପତିରାୟଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଚମ୍ପିଆନ ଟ୍ରଫି ସହ ୧୨ ହଜାର ଟଙ୍କା ଏବଂ ଉପ-ବିଜେତା ଦଳକୁ ରନର୍ସଅପ ଟ୍ରଫି ସହ ୮ହଜାର ଟଙ୍କା ପ୍ରଦାନ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ