ETV Bharat / sports

ଏପ୍ରିଲ 9ରୁ ଆଇପିଏଲ 2021, ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ

ଏପ୍ରିଲ 9ରୁ ଆରମ୍ଭ ହେବ 2021 ଇଣ୍ଡିଆନ ପ୍ରିମିୟର ଲିଗ ଓ ମଇ 30ରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଚେନ୍ନାଇରେ ଉଦ୍‌ଘାଟନୀ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ..

IPL 2021 to begin from April 9, MI to play RCB in opener
ଏପ୍ରିଲ 9ରୁ ଆଇପିଏଲ 2021, ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ
author img

By

Published : Mar 7, 2021, 3:37 PM IST

ମୁମ୍ବାଇ: ଏପ୍ରିଲ 9ରୁ ଆରମ୍ଭ ହେବ 2021 ଇଣ୍ଡିଆନ ପ୍ରିମିୟର ଲିଗ । ରବିବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ 14ତମ ସଂସ୍କରଣର ସୂଚୀ ଘୋଷଣା କରିଛି । ଦେଶର 6ଟି ସହର-ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସବୁ ଖେଳାଯିବ । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଉଦ୍‌ଘାଟନୀ ମ୍ୟାଚ ଚେନ୍ନାଇରେ ଖେଳାଯିବ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ ।

ଆଇପିଏଲ 2021ର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ମଇ 30ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ ପର୍ଯ୍ୟାୟ ମଧ୍ୟ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଆଇପିଏଲର ପ୍ରାରମ୍ଭିକ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ସ୍ଥିତିଦେଖି ପରବର୍ତ୍ତୀ ସମୟରେ ନିର୍ଣ୍ଣୟ ହେବ ।

ଲିଗ୍‌ ପର୍ଯ୍ୟାୟରେ ସମସ୍ତ ଟିମ 4ଟି ଭେନ୍ୟୁରେ ଖେଳିବେ । ମୋଟ 56ଟି ଲିଗ୍‌ ମ୍ୟାଚ ମଧ୍ୟରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ 10ଟି ଲେଖାଏଁ ମ୍ୟାଚ ଖେଳାଯିବ । ଅନ୍ୟପଟେ ଦିଲ୍ଲୀ ଓ ଅହମ୍ମଦାବାଦରେ 8ଟି ଲେଖାଏଁ ମ୍ୟାଚ ଖେଳାଯିବ ।

ଏହି ଆଇପିଏଲ ସଂସ୍କରଣ ମ୍ୟାଚ ସୂଚୀର ଖାସ୍‌ କଥା ହେଉଛି, ସମସ୍ତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ । କୌଣସି ଟିମ ସେମାନଙ୍କର ହୋମ ଭେନ୍ୟୁରେ ଖେଳିବେ ନାହିଁ । ଲିଗ ପର୍ଯ୍ୟାୟରେ 6ଟି ଭେନ୍ୟୁ ମଧ୍ୟରୁ 4ଟିରେ ସମସ୍ତ ଟିମ ଖେଳିବେ ।

ଏହି ସଂସ୍କରଣରେ ମୋଟ 11ଟି ଡବଲହେଡର ମ୍ୟାଚ ରହିଛି । 6ଟି ଟିମ 3ଟି ଅପରାହ୍ନ ମ୍ୟାଚ ଖେଳିବେ ଓ ଦୁଇଟି ଟିମ ଦୁଇଟି ଅପରାହ୍ନ ମ୍ୟାଚ ଖେଳିବେ । ଅପରାହ୍ନ ମ୍ୟାଚ 3.30ରୁ ଆରମ୍ଭ ହେବାକୁ ଥିବାବେଳେ, ସନ୍ଧ୍ୟା ମ୍ୟାଚ 7.30ରେ ଖେଳାଯିବାନେଇ ସୂଚୀ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.