ETV Bharat / sports

ଆଇପିଏଲ 2021 ନିଲାମ: 50 ଲକ୍ଷରେ ପୂଜାରାଙ୍କୁ କିଣିଲା ଚେନ୍ନାଇ

author img

By

Published : Feb 18, 2021, 7:38 PM IST

ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରାଙ୍କୁ 50 ଲକ୍ଷରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

IPL 2021 Auction: CSK bring Cheteshwar Pujara on board for Rs 50 Lakh
ଆଇପିଏଲ 2021 ନିଲାମ: 50 ଲକ୍ଷରେ ପୂଜାରାଙ୍କୁ କିଣିଲା ଚେନ୍ନାଇ

ଚେନ୍ନାଇ: ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରାଙ୍କୁ 50 ଲକ୍ଷରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ । ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ମିନି ନିଲାମିରେ ପୂଜାରା ଧୋନିଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି ।

ଆଇପିଏଲରେ 30ଟି ମ୍ୟାଚ ଖେଳିଥିବା ପୂଜାରା ଆଗାମୀ ଆଇପିଏଲରେ ଚେନ୍ନାଇର ହଳଦିଆ ଜର୍ସିରେ ନଜର ଆସିବେ । ବର୍ଷ 20214 ଆଇପିଏଲରେ ସେ ଶେଷ ଥର ପାଇଁ ପଞ୍ଜାବ ପକ୍ଷରୁ ଖେଳିଥିଲେ ଓ ଟିମ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା ।

ସେହିପରି ଟିମ କରନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 5.25 କୋଟିରେ କିଣିଛି ।

ତେବେ ପବନ ନେଗୀ, ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ଟିଲ, ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସନ ମାର୍ଶ, କୋରି ଆଣ୍ଡରସନ, ରସି ଭନ ଡସନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାଁନ୍ତି ।

ଲୁକମାନ ମେରିୱାଲାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 20 ଲକ୍ଷରେ କିଣିଛି । ବରୋଦା ଦ୍ରୁତବୋଲର ମେରିୱାଲା ସଦ୍ୟ ସମାପ୍ତ ହୋଇଥିବା ସୟଜ ମୁସ୍ତାକ ଅଲୀ ଟ୍ରଫିରେ 8ଟି ମ୍ୟାଚରୁ 15 ୱିକେଟ ହାସଲ କରିଥିଲେ। ସେହିପରି ଚେତନ ସାକାରିୟାଙ୍କୁ 1.2 କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି । ତାଙ୍କର ବେସ୍‌ ପ୍ରାଇସ 20 ଲକ୍ଷ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.