ETV Bharat / sports

ଆଇପିଏଲ ସମର: ଆଜିର ମ୍ୟାଚ, ପାୱାର ହିଟିଂ ବନାମ ପାୱାର ହିଟିଂ

author img

By

Published : Oct 1, 2020, 6:16 PM IST

କେକେଆର ଏହି ସହଜ ବିଜୟ ପରେ ଆଜି ଖେଳାଯିବ ଲିଗର ଅନ୍ୟତମ ହାଇଭୋଲ୍ଟେଜ ମ୍ୟାଚ । ପାୱାର ହିଟିଂ ବନାମ ପାୱାର ହିଟିଂ । ମୁମ୍ବାଇ ଇଣ୍ଡିଆନ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ । ରୋହିତ ଓ ରାହୁଲ ଲଢେଇ ।

ଆଇପିଏଲ ସମର: ଆଜିର ମ୍ୟାଚ, ପାୱାର ହିଟିଂ ବନାମ ପାୱାର ହିଟିଂ
ଆଇପିଏଲ ସମର: ଆଜିର ମ୍ୟାଚ, ପାୱାର ହିଟିଂ ବନାମ ପାୱାର ହିଟିଂ

ଆବୁଧାବି: ବୁଧବାର ଏକ ରୋମାଞ୍ଚକ ଭରା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 73 ରନରେ ମାତ ଦେଇଛି କୋଲକାତା ନାଇଟ ରାଇଡର୍ସ । ତେବେ କେକେଆର ଏହି ସହଜ ବିଜୟ ପରେ ଆଜି ଖେଳାଯିବ ଲିଗର ଅନ୍ୟତମ ହାଇଭୋଲ୍ଟେଜ ମ୍ୟାଚ । ପାୱାର ହିଟିଂ ବନାମ ପାୱାର ହିଟିଂ । ମୁମ୍ବାଇ ଇଣ୍ଡିଆନ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ । ରୋହିତ ଓ ରାହୁଲ ଲଢେଇ ।

ତେବେ ଆଜିର ମ୍ୟାଚ ପୂର୍ବରୁ ପ୍ରଥମେ ନଜର ପକାଇନେବା ପଏଣ୍ଟ ତାଲିକା ଉପରେ । 2ୟ ବିଜୟ ସହ ପଏଣ୍ଟ ତାଲିକାର 2ୟରେ ସ୍ଥାନ ପାଇଛି କେକେଆର । ସେହିପରି 2ଟି ବିଜୟ ସହ 3ୟ ସ୍ଥାନରେ ରହିଛି ରାଜସ୍ଥାନ । 5ମ ସ୍ଥାନରେ ଥିବା ପଞ୍ଜାବ ଓ 6ଷ୍ଠ ସ୍ଥାନରେ ଥିବା ମୁମ୍ବାଇ ମଧ୍ୟରେ ଖେଳାଯିବ ଆଜିର ଏହି ମୁକାବିଲା ।

ଆଇପିଏଲ ସମର

ତେବେ ଆଜି ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ଆସନ୍ତୁ ନଜର ପକାଇନେବା ଦୁଇ ଦଳର ପ୍ରସ୍ତୁତି ଉପରେ । ଆଜିର ମ୍ୟାଚ ପାୱାର ହିଟିଂ ବନାମ ପାୱାର ହିଟିଂ । ରୋହିତ ବନାମ ରାହୁଲ ଲଢେଇ । ଶେଷ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିଥିବା ଦୁଇ ଦଳ ଏବେ ଫୁଲ୍ ତୟାର । ହାଇ ସ୍କୋରିଂ ମ୍ୟାଚରେ ପଞ୍ଜାବକୁ ମାତ ଦେଇଥିଲା ରାଜସ୍ଥାନ ରୟାଲ୍ସ । ସେହିପରି ସୁପର ଓଭରର ସୁପର ସୋରେ ରୋହିତ ପଲଟନକୁ ମାତ ଦେଇଥିଲା ବିରାଟ ବ୍ରିଗେଡ । ତେବେ ବିଶାଳ ପରାଜୟ ପରେ ପରବର୍ତ୍ତୀ ବିଜୟ ଭୋକରେ ଏବେ ଉଭୟ ଦଳ ।

ପଞ୍ଜାବ ଦଳ ଉପରେ ନଜର ପକାଇବା । ପଞ୍ଜାବ ଖେଳିଥିବା 3ଟି ମ୍ୟାଚରୁ ଦୁଇଟିରେ ପରାଜୟ ଓ ଗୋଟିଏ ବିଜୟ ହାସଲ କରିଛି । ଦୁର୍ବଳ ବୋଲିଂ ବିଭାଗ ଏବେ ଦଳର ଚିନ୍ତାର କାରଣ ସାଜିଛି । ଭାରତୀୟ ସ୍ପିଡ୍ ଷ୍ଟାର ମହମ୍ମଦ ଶାମିଙ୍କୁ ଛାଡି ଦେଲେ ଅନ୍ୟ କୌଣସି ବି ବୋଲର ପ୍ରଭାବ ଦେଖାଇ ପାରିନାହାଁନ୍ତି । ତେଣୁ ଦଳୀୟ ବୋଲିଂ ବିଭାଗକୁ ଶକ୍ତ କରିବା ପାଇଁ ଆଜି ମ୍ୟାଚରେ ଅଧିନାୟକ ମୁଜିବୁର ରେହମାନଙ୍କୁ ଖେଳାଇବା ଅଧିକ ଆବଶ୍ୟକତା ରହିଛି ।

ସେହିପରି ଯଦି ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ, 3ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ପାଇଛି । ଗତ କିଛି ସିଜିନ ଅପେକ୍ଷା ଚଳିତ ଥର ଟିମ କିଛି ଖାସ ପ୍ରଦର୍ଶନ ଦେଖାଇ ପାରିନାହିଁ । ଅଧିନାୟକ ରୋହିତ ଶର୍ମାଙ୍କୁ ଛାଡି ଦେଲେ ମଧ୍ୟକ୍ରମ ବ୍ୟାଟିଂ ମଧ୍ୟ ଟଳମଳ ନଜର ଆସୁଛି । ସେହିପରି ଦଳର ଡେଥ ଓଭର ସ୍ପେଶାଲିଷ୍ଟ ଜଶପ୍ରିତ ବୁମରା । ପୂର୍ବ ମ୍ୟାଚରେ ଆଉ ପ୍ରଥମ ଥର ପାଇଁ ସୁପର ଓଭର ତଥା ଡେଥ ଓଭରରେ ଫେଲ ମାରିଥିଲେ ବୁମରା । କହିବାକୁ ଗଲେ ଭାରତୀୟ ଦଳର ଏହି ଷ୍ଟାର ବୋଲର ଏବେ ଯାଏଁ ମଧ୍ୟ ନିଜ ଫର୍ମକୁ ଫେରି ପାରିନାହାଁନ୍ତି ।

ତେବେ ରେକର୍ଡ ଓ ପ୍ରଦର୍ଶନ ଦୃଷ୍ଟିରୁ ଦୁଇ ଦଳ ସମାନ ନଜର ଆସୁଛନ୍ତି । ତେଣୁ ଆଜିର ମୁକାବିଲା ଦମଦାର ହେବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.