ETV Bharat / sports

ଆଇପିଏଲ 2020: ଷଷ୍ଠ ମ୍ୟାଚରେ ପଞ୍ଜାବ-ବାଙ୍ଗାଲୋର ମୁକାବିଲା - ପଞ୍ଜାବ ବନାମ ବାଙ୍ଗଲୋର ମ୍ୟାଚ ବିଶ୍ଲେଷଣ

ଆଜି ଦୁବାଇ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମୁକାବିଲା । ଉଭୟ ଦଳର ଏହା 2ୟ ମ୍ୟାଚ । ପଞ୍ଜାବ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ବାଙ୍ଗାଲୋର ବିଜୟରୁ ଯାତ୍ରା ଆରମ୍ଭ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଇପିଏଲ 2020: 6ଷ୍ଠ ମ୍ୟାଚରେ ପଞ୍ଜାବ-ବାଙ୍ଗଲୋର ମୁକାବିଲା

author img

By

Published : Sep 24, 2020, 2:22 PM IST

Updated : Sep 24, 2020, 5:32 PM IST

ଦୁବାଇ: ଚଳିତ ସଂସ୍କରଣର ଷଷ୍ଠ ମ୍ୟାଚରେ ଆଜି ଦୁବାଇ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଦଳର ଏହା 2ୟ ମ୍ୟାଚ । ପଞ୍ଜାବ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ବାଙ୍ଗାଲୋର ବିଜୟରୁ ଯାତ୍ରା ଆରମ୍ଭ କରିଛି ।

ତେବେ ଏହି ସଂସ୍କରଣରେ ବାଙ୍ଗାଲୋର ତା'ର ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ 10ରନ୍‌ରେ ପରାସ୍ତ କରିଥିଲା । ବିଜୟ ପରେ ବିରାଟବାହିନୀଙ୍କ ମନୋବଳ ସକାରତ୍ମକ ରହିଛି । ଅନ୍ୟପଟେ ପଞ୍ଜାବ ଦଳ ତା'ର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ସୁପରଓଭରରେ ପରାସ୍ତ ହୋଇଥିଲା । ତେବେ ଆଜି କେଏଲ ରାହୁଲଙ୍କ ଦଳ ନିଶ୍ଚୟ ଚାହିଁବ ଗତ ପରାଜୟକୁ ଭୁଲି ମ୍ୟାଚର ବିଜେତା ହେବା ପାଇଁ ।

ଆଇପିଏଲ 2020: ଷଷ୍ଠ ମ୍ୟାଚରେ ପଞ୍ଜାବ-ବାଙ୍ଗାଲୋର ମୁକାବିଲା

ଆଜିର ମ୍ୟାଚରେ ପଞ୍ଜାବର ଓପନର ରାହୁଲ ଓ ମୟଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଦଳ ନିର୍ଭର ନକରି ମଧ୍ୟକ୍ରମରେ କରୁଣ ନାୟର, ମାକ୍ସଓ୍ବେଲ ଓ ନିକୋଲସ ପୁରନଙ୍କ ରନ ଯୋଡିବାକୁ ପଡିବ । ଅନ୍ୟପଟେ ପ୍ରଥମ ମ୍ୟାଚରେ ବାଦ୍‌ ପଡିଥିବା କ୍ରିସ ଗେଲଙ୍କୁ ଆଜି ମ୍ୟାନେଜମେଣ୍ଟ ସାମିଲ କରି ମୟଙ୍କ ଙ୍କୁ 3ୟ ନଂରେ ରଖି ମଧ୍ୟକ୍ରମକୁ ମଜବୁତ କରିବାକୁ ଚାହିଁବ । ବୋଲିଂକୁ ଦେଖିଲେ ମହମ୍ମଦ ସାମି ନିଜର ଫର୍ମକୁ ଜାରି ରଖିବାକୁ ଚେଷ୍ଟା କରିବେ । ଦିଲ୍ଲୀ ବିପକ୍ଷରେ ସାମି 15ରନ ଦେଇ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଏଥିସହ ଯୁବ ଖେଳାଳି ରବି ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଆଜିର ଏକାଦଶ ସ୍କ୍ବାର୍ଡରେ ସ୍ଥାନ ମିଳିପାରେ ।

ipl-2020-kxip-vs-rcb-preview
ହେଡ ଟୁ ହେଡ

ଅନ୍ୟପଟେ ଆରସିବି ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ପୂର୍ବମ୍ୟାଚକୁ ଦେଖିଲେ ଆରସିବିର ପେସ୍‌ବୋଲର ଏତେଟା ଖାସ୍‌ ପ୍ରଦର୍ଶନ କରି ନଥିଲେ । ଉମେଶ ଯାଦାବ 48ରନ ଦେଇ କୌଣସି ଓ୍ବିକେଟ ନେଇ ନଥିବାବେଳେ ଡେଲ ଷ୍ଟେନ 33ରନ ଦେଇ ମାତ୍ର ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ପୂର୍ବ ମ୍ୟାଚରେ ଚମତ୍କାର ବୋଲିଂ କରି 3ଓ୍ବିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଆରସିବିର ବ୍ୟାଟିଂ ଲାଇନକୁ ଦେଖିଲେ ଓପନୋଂ ଓ ମଧ୍ୟକ୍ରମ ମଜବୁତ ରହିଛି । ଆଶା କରାଯାଉଛି ଆଜିର ମୁକାବିଲାରେ କଡା ଟକ୍କର ଦେଖିବାକୁ ମିଳିପାରେ ।

Last Updated : Sep 24, 2020, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.