ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟାସ ଆୟର ବୁଧବାର ଦିନ ରାଜସ୍ଥାନ ବିପକ୍ଷରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଛନ୍ତି । 5ଓଭରର ଅନ୍ତିମ ବଲ୍ରେ ବେନ ଷ୍ଟୋକ୍ସ ଏକ ସଟ୍ ମାରିଥିଲେ, ବଲ୍କୁ ରୋକିବା ପାଇଁ ଆୟର ଡାଇଭ ମାରିଥିଲେ । ଟିମ ପାଇଁ 3ରନ୍ ବଞ୍ଚାଇଥିଲେ ମାତ୍ର ସେ ଆହତ ହୋଇଥିଲେ । କାନ୍ଧରେ ଆଘାତ ଲାଗିବା କାରଣରୁ ସେ ଗ୍ରାଉଣ୍ଡରୁ ବାହାରକୁ ଚାଲିଯାଇଥିଲେ ।

ତେବେ ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଶିଖର ଧଓ୍ବନ । ମ୍ୟାଚ ପରେ ପୁରସ୍କାର ବିତରଣ ସମୟରେ ଧଓ୍ବନ ଆୟରଙ୍କ ଆହତକୁ ନେଇ କହିଥିଲେ ଯେ, ଶ୍ରେୟସ ଆୟରଙ୍କୁ କଷ୍ଟ ଅନୁଭୂତ ହେଉଛି । ଆଘତ କେତେ ଗମ୍ଭୀର ଆସନ୍ତାକାଲି ଜଣାପଡିବ । ଭଲ କଥା ହେଲା ସେ ମୁଭମେଣ୍ଟ କରି ପାରୁଛନ୍ତି ।