ETV Bharat / sports

ଆଇପିଏଲ 2020: ଡବଲ ହେର୍ଡର 2ମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ - ଦିଲ୍ଲୀ ବନାମ କୋଲକାତା ମ୍ୟାଚ ଅପଡେଟ

ଆଇପିଏଲର 13ତମ ସଂସ୍କରଣରେ ଶନିବାର ଡବଲ ହେର୍ଡର ମ୍ୟାଚ ଖେଳାଯିବ । ଏହି ଡବଲ ହେର୍ଡରର 2ୟମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ ଷ୍ଟାଡିୟମରେ ଭାରତୀୟ ସମୟଅନୁସାରେ ସଂନ୍ଧ୍ୟା 7.30 ମିନିଟ୍‌ରେ ମ୍ୟାଚ ଆରମ୍ଭ ହେବ ।

ଆଇପିଏଲ 2020: ଡବଲ ହେର୍ଡର 2ମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ

author img

By

Published : Oct 3, 2020, 2:04 PM IST

ଶାରଜାହ: ଆଇପିଏଲର 13ତମ ସଂସ୍କରଣରେ ଶନିବାର ଡବଲ ହେର୍ଡର ମ୍ୟାଚ ଖେଳାଯିବ । ଏହି ଡବଲ ହେର୍ଡରର 2ୟମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ ଷ୍ଟାଡିୟମରେ ଭାରତୀୟ ସମୟଅନୁସାରେ ସଂନ୍ଧ୍ୟା 7.30 ମିନିଟ୍‌ରେ ମ୍ୟାଚ ଆରମ୍ଭ ହେବ । ଦିଲ୍ଲୀ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ଥିବାବେଳେ କୋଲକାତା 3ୟ ସ୍ଥାନରେ ରହିଛି । ଏହି ଲିଗ୍‌ରେ ଉଭୟ 4ର୍ଥ ମ୍ୟାଚ ଖେଳିବେ ।

ଦିଲ୍ଲୀ ପୂର୍ବ ମ୍ୟାଚରେ ହାଇଦ୍ରାବାଦରୁ ପରାସ୍ତ ହୋଇଥିଲା । ତେବେ କେକେଆରକୁ ମାତ୍‌ ଦେଇ ବିଜୟ ହାସଲ କରିବାକୁ ଦଳ ଚାହିଁବ । ଦିଲ୍ଲୀର ବ୍ୟାଟ୍ସମ୍ୟାନ ପନ୍ତ ଏଯାଏଁ ଭଲ ଇଂନିସ ଖେଳି ନାହାଁନ୍ତି । ଯୁବ ଖେଳାଳି ପୃଥ୍ବୀ ଶ, ଧଓ୍ବନ ଭଲ ଫର୍ମରେ ରହିଛନ୍ତି । ଦେଖିବାକୁ ଗଲେ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଛନ୍ତି । ବୋଲିଂ ବିଭାଗରେ ରବାଡା, ଏନରିକ ନୋର୍ଟଜେ ଫର୍ମରେ ଅଛନ୍ତି । ପୂର୍ବ ମ୍ୟାଚରେ ଇଂଶାନ୍ତ ଶର୍ମା ଦଳରେ ସାମିଲ ହୋଇଥିଲେ ଓ ଦଳରେ ସାମିଲ ହେବା ଦ୍ବାରା ରବାଡାଙ୍କୁ ସାଥି ଖେଳାଳି ଓ ସମର୍ଥନ ମିଳିଛି । ସ୍ପିନର ଅମିତ ଶର୍ମା ବି ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ଆଜି ଆର ଅଶ୍ବିନୀ ଯଦି ଦଳରେ ସାମିଲ ହେବେ ମିଶ୍ରାଙ୍କୁ ଡ୍ରେସିଂ ରୁମରେ ବସିବାକୁ ପଡିପାରେ ।

ipl-2020-delhi-capitals-vs-kolkata-knight-riders-match-preview
ହେଡ ଟୁ ହେଡ ମ୍ୟାଚ(ଦିଲ୍ଲୀ ବନାମ କୋଲକାତା))

କୋଲକତା ପକ୍ଷରୁ ଶୁଭମନ ଗିଲ ଫର୍ମରେ ଅଛନ୍ତି । ମୋର୍ଗନ, ରସେଲ ବି ଏବେ ଧିରେ ଧିରେ ଫର୍ମକୁ ଫେରୁଛନ୍ତି । କିନ୍ତୁ ଓପନିଂ ପାଇଁ ଗିଲଙ୍କ ସହ ପାର୍ଟନରସିପ ଖେଳାଳିର ଅଭାବ ଏ।ଯାଏଁ ଦୂର ହୋଇ ନାହିଁ । ରାହୁଲ ତ୍ରୀପାଠୀ ଓ ଅଧିନାୟକ ଦୀନେଶ କାର୍ତ୍ତିକ ସୁନୀନ ନରେନଙ୍କ ବିକଳ୍ପ ହୋଇ ପାରନ୍ତି । କିନ୍ତୁ ଏଯାଏଁ କାର୍ତ୍ତିକଙ୍କ ବ୍ୟାଟିଂରୁ ରନ ଆସି ନାହିଁ । ବୋଲିଂ ବିଭାଗରେ ଅନୁଭବୀ ବୋଲର ପାଟ କମିନ୍ସଙ୍କ ବ୍ୟତୀତ ଶିଭମ ମାଭି ଓ କମଲେଶ ନାଗରକୋଟି ଏହି ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ସ୍ପିନ ବିଭାଗରେ କୁଳଦୀପ ଯାଦବ, ସୁନୀଲ ନରେନ ଓ ବରୁଣ ଚକ୍ରବର୍ତ୍ତୀ ବି ଭଲ ଫର୍ମରେ ଅଛନ୍ତି ।

ତେବେ ଶାରଜାହ ଷ୍ଟାଡିୟମ ଛୋଟ ଥିବାରୁ ବଡ ସ୍କୋର ଦେଖିବାକୁ ମିଳିପାରେ । ଏଥିସହ 2 ଦଳ ପାଖରେ ବଡ ସଟ୍‌ ଖେଳିଥିବା ପ୍ଲେୟାର ମଧ୍ୟ ରହିଛନ୍ତି ।

ପଏଣ୍ଟ ଟେବୁଲ

ତେବେ ହେଡ ଟୁ ହେଡ ମ୍ୟାଚ ଦେଖିବାକୁ ଗଲେ ଉଭୟ 24ଟି ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ 10ଟି ମ୍ୟାଚରେ ଓ କୋଲକତା 13ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । କେବଳ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.