ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଏହି ବାପାଙ୍କ ନିଧନ କାରଣରୁ ମୁମ୍ବାଇ ବିପକ୍ଷ ପ୍ରଥମ କ୍ବାଲିଫାୟର ମ୍ୟାଚ ପୂର୍ବରୁ ସେ ସ୍ବଦେଶ ଫେରିଛନ୍ତି । ତେବେ ଦିଲ୍ଲୀର ଖେଳାଳିମାନେ ମୋହିତଙ୍କ ବାପାଙ୍କ ସମ୍ମାନରେ ହାତରେ କଳାପଟି ବାନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ।

ଏହି 32ବର୍ଷୀୟ ଖେଳାଳି ଏହି ସିଜନରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ । 20ସେପ୍ଟେମ୍ବରରେ ପଞ୍ଜାବ ବିପକ୍ଷ ମ୍ୟାଚରେ ଗୋଟିଏ ଓ୍ବିକେଟ ନେଇଥିଲେ ମୋହିତ । ଏହି ମ୍ୟାଚରେ ଦିଲ୍ଲୀ ସୁପରଓଭରରେ ବିଜୟ ହାସଲ କରିଥିଲା ।
ପ୍ରଥମ କ୍ବାଲିଫାୟର ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ମୁମ୍ବାଇ-ଦିଲ୍ଲୀ ମଧ୍ୟରେ ଖେଳାଯାଉଛି ।