କୋଲକାତା: ଆରମ୍ଭ ହେଲା ହାଇବଜେଟ ଆଇପିଏଲ ନିଲାମ ପ୍ରକ୍ରିୟା । ନିଲାମରେ ମୋଟ 338 ଖେଳାଳି ରହିଛନ୍ତି । ତେବେ ସେଥମଧ୍ୟରୁ 73ଟି ସ୍ଥାନ 8ଟି ଆଇପିଏଲ ଫ୍ରାଞ୍ଚାଇଚ ପାଖରେ ରହିଛି । ଏହି ନିଲାମି ପ୍ରକ୍ରିୟାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଉପସ୍ଥିତ ଅଛନ୍ତି ।
ଜାଣନ୍ତୁ କେଉଁ ଖେଳାଳିଙ୍କୁ କିଣିଲେ କେଉଁ ଟିମ...
କୋଲକତା: କ୍ରିସ ଲେନଙ୍କୁ 2 କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।
-ଇଂଲଣ୍ଡର ଅଧିନାୟକ ଇୟୋନ ମୋର୍ଗନଙ୍କୁ KKR 5.25ରେ କିଣିଲା
-ରବିନ ଉଥପ୍ପାଙ୍କୁ ରାଜସ୍ଥାନ ରୟାଲ୍ସ 3କୋଟିରେ କିଣିଛି।
-ଚେତେଶ୍ବର ପୂଜାରା ଓ ହନୁମା ବିହାରୀ UNSOLD
-ଜେସନ ରୟଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ 1.50ରେ କିଣିଲା