ETV Bharat / sports

ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତଙ୍କ 4ହଜାର ରନ

author img

By

Published : Nov 10, 2020, 10:59 PM IST

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା 4,000 ରନ ପୂରଣ କରିଛନ୍ତି । ଅଧିକ ପଢନ୍ତୁ...

IPL 13: Rohit Sharma completes 4,000 runs for Mumbai Indians
ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତଙ୍କ 4ହଜାର ରନ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଆଉ ଏକ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ମୁମ୍ବାଇ ଫ୍ରାଞ୍ଚାଇଜ ପାଇଁ ରୋହିତ 4,000 ରନ ପୂରଣ କରିଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇିପଏଲ 2020ର ଫାଇନାଲ ମ୍ୟାଚରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

ଏହି ମ୍ୟାଚରେ ଆଇପିଏଲରେ ଦ୍ବିତୀୟ ଖେଳାଳି ଭାବେ 200ତମ ମ୍ୟାଚ ଖେଳିଛନ୍ତି ରୋହିତ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ 2020ର ଫାଇନାଲ ମୁକାବିଲାରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ରୋହିତ ।

ଆଇପିଏଲ ଯାତ୍ରାରେ ଏଯାବତ ରୋହିତ ଦୁଇଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଛନ୍ତି । ଡେକାନ ଚାର୍ଜସ ଓ ମୁମ୍ବାଇ ଇଣ୍ଡିଆନ୍ସ । 2008ରେ ଆଇପିଏଲ ଡେବ୍ୟୁ କରିଥିବା ରୋହିତ ଏଯାବତ 38ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ଇଂନିସ ଖେଳିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ 155ତମ ମ୍ୟାଚ ଖେଳୁଛନ୍ତି । ଅକ୍ଟୋବର 11ରେ ମୁମ୍ବାଇ ଫ୍ରାଞ୍ଚାଇଜ ପକ୍ଷରୁ 150ତମ ମ୍ୟାଚ ଅକ୍ଟୋବର 11ରେ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିଥିଲେ । କିରଣ ପୋଲାର୍ଡ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 150 ମ୍ୟାଚ ଖେଳିସାରିଛନ୍ତି ।

ଫାଇନାଲ ମ୍ୟାଚରେ ରୋହିତ 51 ବଲରୁ 5 ଚୌକା ଓ 4 ଛକା ସହାୟତାରେ 68 ରନର ମାରାଥନ ଇଂନିସ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେବାପରେ, ନିର୍ଧାରିତ 20 ଓଭରରେ 7 ୱିକେଟ ହରାଇ 156 ରନ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ କ୍ୟାପଟେନ ଶ୍ରେୟସ ଆୟର 50 ବଲରୁ 6 ଚୌକା ଓ 2 ଛକା ସହାୟତାରେ 65 ରନ ସଂଗ୍ରହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.