ETV Bharat / sports

ଆଇପିଏଲ 2020: ପ୍ରାୟୋଜକ ଭିଭୋ ସହ ସଂପର୍କ ଛିନ୍ନ କଲା ବିସିସିଆଇ - ଆଇପିଏଲ ଗଭର୍ଣ୍ଣିଂ କାଉନସିଲ

ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣକୁ ଆଉ 44ଦିନ ବାକି ଥିବାବେଳେ, ମୁଖ୍ୟ ପ୍ରାୟୋଜକ ଭିଭୋ ସହ ଆନୁଷ୍ଠାନିକ ଭାବେ ସଂପର୍କ ଛିନ୍ନ କରିଛି ବିସିସିଆଇ ।

IPL 13: BCCI and Vivo suspend title sponsor association for 2020
ଆଇପିଏଲ 2020: ପ୍ରାୟୋଜକ ଭିଭୋ ସହ ସଂପର୍କ ଛିନ୍ନକଲା ବିସିସିଆଇ
author img

By

Published : Aug 6, 2020, 8:47 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣକୁ ଆଉ 44ଦିନ ବାକି ଥିବାବେଳେ, ମୁଖ୍ୟ ପ୍ରାୟୋଜକ ଭିଭୋ ସହ ଆନୁଷ୍ଠାନିକ ଭାବେ ସଂପର୍କ ଛିନ୍ନ କରିଛି ବିସିସିଆଇ ।

ରବିବାର ଅନୁଷ୍ଠିତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରାୟୋଜକଙ୍କୁ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଚାଇନିଜ ପ୍ରାୟୋଜକ ପାଇଁ ସୋସିଆଲ ମିଡିଆରେ ଆଇପିଏଲକୁ ତୀବ୍ର ସମାଲୋଚନା କରାଯାଇଥିଲା ।

IPL 13: BCCI and Vivo suspend title sponsor association for 2020
ଆଇପିଏଲ 2020: ପ୍ରାୟୋଜକ ଭିଭୋ ସହ ସଂପର୍କ ଛିନ୍ନକଲା ବିସିସିଆଇ

ଫଳରେ ବିସିସିଆଇ ଓ ଭିଭୋ ମୋବାଇଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଆଇପିଏଲ 2020 ପାଇଁ ହୋଇଥିବା ପାର୍ଟସରସିପକୁ ରଦ୍ଦ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି ।

ଭାରତୀୟ କ୍ରୀଡା ପ୍ରେମୀଙ୍କ ଭାବନାକୁ ସମ୍ମାନ ଓ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ବିସିସିଆଇ ସହିତ ଭିଭୋ 1,320 କୋଟିର ଆହୁରି 3ବର୍ଷର ପ୍ରାୟୋଜକ ଚୁକ୍ତି ବାକି ରହିଛି । 2021ରୁ 2023 ମଧ୍ୟରେ ପୁନର୍ବାର ମୁଖ୍ୟ ପ୍ରାୟୋଜକ ପଦକୁ ଫେରିବା ନେଇ ସମ୍ଭାବନା ରହିଛି । ପୂର୍ବରୁ ସୋମବାର, କନଫେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ପକ୍ଷରୁ ଚାଇନା ଉପକରଣ ବର୍ଜନ କାର୍ଯ୍ୟକ୍ରମ ଆମ୍ଭ କରାଯାଇଛି । ଏଥିସହିତ ଭିଭୋକୁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଭାବେ ମଧ୍ୟ ସମାଲୋଚନା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.