ETV Bharat / sports

ବିଶ୍ବକପ: ବିରାଟ ବ୍ରିଗେଡ ଘୋଷିତ, ପକାନ୍ତୁ ଗୋଟିଏ ନଜର - bbci

ସୋମବାର ଅପରାହ୍ନ 3 ଟାରେ ଘୋଷଣା ହେଇଛି ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ। ବିସିସିଆଇ 15 ଜଣିଆ ସ୍କ୍ବାର୍ଡ ପ୍ରକାଶ କରିବା ପରେ ସବୁ ସପପେନ୍ସରେ ପୂର୍ଣ୍ଣଛେଦ ପଡିଛି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 15, 2019, 11:54 PM IST

ହାଇଦ୍ରାବଦ: ବର୍ଷ 2019, ସମଗ୍ର ଭାରତ ବର୍ଷରେ ଏବେ ଦୁଇଟି ପ୍ରଶ୍ନ । ପ୍ରଥମ କିଏ ଗଢିବ ସରକାର ? ଆଉ କ୍ରିକେଟ ବିଶ୍ବକପ ଭାରତକୁ ଆସିବ କି ନାହିଁ ?

ତେବେ ଏହା ଭିତରେ ଆଜି ବିଶ୍ବକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ 15 ଜଣିଆ ସ୍କ୍ବାର୍ଡ ପ୍ରକାଶ କରିବା ପରେ ସବୁ ସପପେନ୍ସରେ ପୂର୍ଣ୍ଣଛେଦ ପଡିଛି । ବିରାଟଙ୍କ ନେତୃତ୍ବରେ ଇଂଲଣ୍ଡ ଉଡିବ ଟିମ୍ ଇଣ୍ଡିଆ । ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ସମ୍ପାଦକ ଅମିତାଭ ଚୌଧୁରୀଙ୍କୁ ନେଇ ମୁମ୍ବାଇରେ ବସିଥଲା ବୈଠକ । ଆଉ ଏହି ବୈଠକ ପରେ ଘୋଷଣା ହୋଇଛି ଭାରତୀୟ ବିଶ୍ବକପ ଦଳ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ତାଜୁବ କରି ଘୋଷଣା ହୋଇଛି ଏହି ଟିମ୍ ଇଣ୍ଡିଆ । ମଧ୍ୟକ୍ରମ୍ ବ୍ୟାଟ୍ସମ୍ୟାନ ଓ ବ୍ୟାକଅପ ୱିକେଟ କିପର ପାଇଁ ଲାଗି ରହିଥିବା ଦ୍ବନ୍ଦ୍ବର ଏମିତି ସମାଧାନ ବାହାର କରିଛି ଚୟନ କମିଟି । 4 ନମ୍ବର ସ୍ପଟ୍ କେଦାର ଯାଦବ ଓ ବିଜୟ ଶଙ୍କରଙ୍କୁ କମିଟି ଚୟନ କରିଛି । ସେହିପରି ବ୍ୟାକ ଅପ ୱିକେଟ କିପର ପାଇଁ ଦିନେଶ କାର୍ତ୍ତିକଙ୍କୁ ସାମିଲ କରାଯାଇଛି । ମାତ୍ର ପନ୍ତଙ୍କୁ ଦଳରେ ସାମିଲ ନକରିବା ନେଇ କ୍ରୀଡା ଜଗତରେ ଉଠିଛି ତୁମ୍ଭି ତୋଫାନ । ତେବେ ପନ୍ତଙ୍କୁ ଦଳରେ ସାମିଲ ନକରିବା ନେଇ ଏମିତି କହିଛିନ୍ତି ପ୍ରଶାଦ...

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ

ଶେଷରେ ଏତିକି କହି ପାରିବା 5-ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ, 3-ଅଲରାଉଣ୍ଡର, 3-ଫାଷ୍ଟ ବୋଲର ଓ ଦୁଇ ରିଷ୍ଟ ସ୍ପିନରଙ୍କୁ ନେଇ ଘୋଷିତ ହୋଇଛି ଏକ ବାଲାନ୍ସ ଟିମ୍ । ତେବେ ଖାଲି ଅପେକ୍ଷା ଜୁଲାଇ 14ତାରିଖର ଲର୍ଡ୍ସ ଗ୍ରାଉଣ୍ଡର ସଂଧ୍ୟାକୁ । ପ୍ରଶାଦଙ୍କ ଏହି ବାଲାନ୍ସ ଟିମ ଭାରତକୁ ବିଶ୍ବକପ ଆଣି ପାରୁଛି ନା ଲର୍ଡ୍ସ ଗ୍ରାଉଣ୍ଡ ମୁହଁ ଦେଖିବା ବିନା ଘରକୁ ଫରୁଛି ।

ବ୍ୟୁରୋ ଇନପୁଟ, ଇଟିଭି ନ୍ୟୁଜ

Intro:Body:

ଭଦ୍ରକ: ଜିଲ୍ଲାରେ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 1 ହଜାର 292ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ । ଏହି ସମସ୍ତ ମତଦାନ କେନ୍ଦ୍ରରେ କିପରି ଭାବେ ସୂଚାରୁ ରୂପେ ମତଦାନ ହୋଇପାରିବ ସେ ନେଇ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଏକ ସମ୍ମନ୍ବୟ ସମୀକ୍ଷା ବୈଠକ କରାଯାଇଛି। 

ଏଥିରେ ଜେନେରାଲ ଅବଜର୍ଭର, ଏକ୍ସପେଣ୍ଡିଚର ଅବଜର୍ଭର, ପୋଲିସ ଅବଜର୍ଭରଙ୍କ ସମେତ ନିର୍ବାଚନ ଦାୟିତ୍ଵରେ ଥିବା ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନିଶାଦ୍ରବ୍ୟ ନିୟନ୍ତ୍ରଣ, ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖାଯାଇଛି। 

ସେହିପରି ଭୋଟଦାନବେଳେ ଭିନ୍ନକ୍ଷମଙ୍କ ପାଇଁ କିପରି ସୁବିଧା ସୁଯୋଗ କରାଯାଇପାରିବ, ସେ ନେଇ ବିସ୍ତୃତ ଭାବେ ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ଆଲୋଚନା କରିଥିଲା ଆମ ଟିମ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.