ETV Bharat / sports

ଟି-20 ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବ ଭାରତ !

author img

By

Published : May 21, 2020, 6:55 PM IST

ଅଗଷ୍ଟ ମାସରେ ଟି-20 ସିରିଜ ପାଇଁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରେ ବୋଲି ଏକ ରିପୋର୍ଟରୁ ଜଣା ପଡିଛି । ତେବେ ଉଭୟ ଦେଶର ସରକାରଙ୍କ ଅନୁମତି ପରେ ହିଁ ଏହା ସମ୍ଭବ ବୋଲି କହିଛନ୍ତି ସିଏସସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ ଫଲ୍‌ । ଅଧିକ ପଢ଼ନ୍ତୁ...

Indian to tour South Africa,  three match T-20 series, ଟି-20 ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବ ଭାରତ, ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ
ଟି-20 ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବ ଭାରତ !

ନୂଆଦିଲ୍ଲୀ: ଅଗଷ୍ଟ ଶେଷ ସୁଦ୍ଧା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ହେବାର ସମ୍ଭାବନା ରହିଛି । ତେବେ ଉଭୟ ଦେଶର ସରକାର ଅନୁମତି ଦେଲା ପରେ ହିଁ ଏହା ସମ୍ଭବପର ହେବ । ଆନୁଷ୍ଠାନିକ ଭାବେ FTPର ଅଂଶ ନଥିବା ଏହି ସିରିଜ ନେଇ ଗତ ଫେବୃଆରୀରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କ୍ରିକେଟ ସାଉଥ ଆଫ୍ରିକା ନିର୍ଦ୍ଦେଶକ ଗ୍ରେମ ସ୍ମିଥ ଆଲୋଚନା କରିଥିଲେ ଏବଂ ବୁଧବାର ଏହାକୁ ଚୂଡାନ୍ତ କରିଛନ୍ତି ।

ଏହି ଖବରକୁ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍ଏ) କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ ଫଲ୍‌ ନିଶ୍ଚିତ କରିଛନ୍ତି । ଏନେଇ ସେ ଗୁରୁବାର ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ତେବେ ଅଗଷ୍ଟ ପାଖାପାଖି ହିଁ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ, କାରଣ ଉଭୟ ଦେଶର ସରକାରଙ୍କ ବିନା ଅନୁମତିରେ ସିରିଜ ହୋଇପାରିବ ନାହିଁ ।

“ଭାରତ ନିଜର ଚୁକ୍ତିନାମାକୁ ସମ୍ମାନ ଦେବାକୁ ଚାହୁଁଛି । ଏହାକୁ ଯଦି ସ୍ଥଗିତ ରଖାଯାଏ ତେବେ କିଛି ସମୟ ପାଇଁ ହିଁ ରଖାଯିବ,’’ ବୋଲି ଗୁରୁବାର ଏକ ସ୍ପୋର୍ଟସ ସାମ୍ବାଦିକ ସମ୍ମିଳନୀରେ ଫଲ୍‌ କହିଛନ୍ତି ।

ଭାରତ ଶେଷ ଥର ପାଇଁ 2018 ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା, ଯେଉଁଠାରେ ସେମାନେ ତିନୋଟି ଟେଷ୍ଟ, 6ଟି ଦିନିକିଆ ଏବଂ ତିନୋଟି ଟି-20 ଖେଳିଥିଲେ । ଟେଷ୍ଟ ସିରିଜ 1-2ରେ ହାରିଯିବା ପରେ ଭାରତ ସୀମିତ ଓଭରରେ ଚମତ୍କାର ପ୍ରଦର୍ଶନ କରି ଦିନିକିଆ ସିରିଜ 5-1ରେ ଜିତିଥିବା ବେଳ ଟି-20 ସିରିଜକୁ 2-1ରେ ଜିତିଥିଲା।

ଦକ୍ଷିଣ ଆଫ୍ରିକା ମଧ୍ୟ ଗତବର୍ଷ ଅକ୍ଟୋବରରେ ତିନୋଟି ଟି-20 ପାଇଁ ଭାରତ ଗସ୍ତ କରିଥିଲା, ଯାହାକି 1-2ରେ ହାରିଥିଲା ​​। ତେବେ ଫେବୃଆରୀରେ ତିନୋଟି ଏକଦିବସୀୟ ହେବାର ଥିଲା କିନ୍ତୁ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧୋଇଯିବା ପରେ କୋଭିଡ-19 ମହାମାରୀ ହେତୁ ସିରିଜ ବନ୍ଦ ହୋଇଯାଇଥିଲା ।

ତେବେ ଭାରତର ଗସ୍ତ ଯେତିକି ସହଜ ଲାଗୁଛି ସେତିକି ସହଜ ହୋଇନପାରେ । ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, “ପ୍ରଥମେ ଆମକୁ ଗ୍ରୀନ ଜୋନରେ କଣ୍ଡିସନିଙ୍ଗ କ୍ୟାମ୍ପ ପାଇଁ ଖେଳାଳିଙ୍କୁ ଆଣିବାକୁ ପଡ଼ିବ । ଯଦି ସବୁ ଠିକ ଚାଲେ ତେବେ ଆମେ ନିଶ୍ଚିତ ଦକ୍ଷିଣ ଆଫ୍ରିକାରେ ଖେଳିବୁ ।’’

ଦକ୍ଷିଣ ଆଫ୍ରିକା ବୋର୍ଡର ଆର୍ଥିକ ଅବସ୍ଥାରେ ସୁଧାର ପାଇଁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ରାଜି ହୋଇଥିବା ବିଶ୍ବାସ କରାଯାଉଛି । 2019-20 ସିଜନ ପୂର୍ବରୁ କ୍ରିକେଟ ସାଉଥ ଆଫ୍ରିକା ଆସନ୍ତା ଚାରି ବର୍ଷ ମଧ୍ୟରେ 36 ମିଲିୟନ ଡଲାରର କ୍ଷତି ଆକଳନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.