ETV Bharat / sports

ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା:ଦ୍ବନ୍ଦ୍ବ ମଧ୍ୟକ୍ରମ ଓ ବ୍ୟାକଅପ ୱିକେଟ କିପର - tomorrow

ଆସନ୍ତା ମେ 30ରୁ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ କ୍ରିକେଟ ମହାକୁମ୍ଭ ବା କ୍ରିକେଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ସୋମବାର ଅପରାହ୍ନ 3ଟା ବିବିସିଆଇ ଘୋଷଣା କରିବ 15ଜଣିଆ ଭାରତୀୟ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 14, 2019, 11:52 PM IST

Updated : Apr 15, 2019, 3:51 PM IST

ହାଇଦ୍ରାବାଦ: ଆସନ୍ତା ମେ 30ରୁ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ କ୍ରିକେଟ ମହାକୁମ୍ଭ ବା କ୍ରିକେଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ସୋମବାର ଅପରାହ୍ନ 3ଟା ବିସିସିଆଇ ଘୋଷଣା କରିବ 15ଜଣିଆ ଭାରତୀୟ ଦଳ । ବିରାଟ ସେନାର ଫୋକସରେ 2019 ବିଶ୍ବକପ । ମାତ୍ର ଦ୍ବନ୍ଦ୍ବରେ ରହିଛି ଭାରତୀୟ ମଧ୍ୟକ୍ରମ ଓ ବ୍ୟାକଅପ ୱିକେଟ କିପର ।

ଟପଅର୍ଡରେ ରୋହିତ-ଧୱନ ଓ ବିରାଟ । ଷଷ୍ଠ ସ୍ଥାନରେ ଧୋନି । ମାତ୍ର ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଁ କିଏ? ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇର ସିଲେକ୍ସନ କମିଟି ଏହି ପ୍ରଶ୍ନର ଉତ୍ତର ଖୋଜି ଚାଲିଛି । ତେଣୁ ସୋମବାର ଦଳ ଘୋଷଣା ହେବା ପୂର୍ବରୁ ହେବ ବିରାଟ ବୈଠକ । ବୈଠକରେ ସାମିଲ ହେବ ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀ । ସମ୍ଭବତଃ ଧୋନିଙ୍କୁ ମଧ୍ୟ ଡକରା ମିଳିପାରେ । ତେବେ ଏହି ବୈଠକ ପରେ ପ୍ରେସ କନଫରେନ୍ସ ମଧ୍ୟମରେ ଦଳ ଘୋଷଣା କରାଯିବ ବୋଲି ବିସିସିଆଇ ଗତକାଲି ସୂଚନା ଦେଇଛି ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଁ ଅଙ୍କ ସମ୍ଭବତଃ ଏମିତି ସମାଧାନ ହୋଇପାରେ । ଚତୁର୍ଥ ସ୍ଥାନରେ କେଦାର ଯାଦବ ପଞ୍ଚମ ସ୍ଥାନରେ ଧୋନି ଓ ଷଷ୍ଠ ସ୍ଥାନରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଖେଳାଯାଇପାରେ । ଅନ୍ୟପଟେ କମିଟି ଯଦି ଅମ୍ବାତି ରାଇଡୁଙ୍କୁ ମଧ୍ୟକ୍ରମ ପାଇଁ ଦଳରେ ସାମିଲ କରୁଛି ତେବେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନପାରେ । ସେହିପରି ଯଦି କେଏଲ ରାହୁଲଙ୍କୁ ଦଳକୁ ଅଣାଯାଉଛି । ତେବେ କଣ କୋହଲି 4ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ବ୍ୟାକ ଅପ ୱିକେଟ କିପରର ଦ୍ବନ୍ଦ୍ବ ବି କମିଟିକୁ ଘାରିଛି । ଫର୍ମରେ ଥିବା ଯୁବ ଋଷବ ପନ୍ତ କିନ୍ତୁ ହୋସରେ ରହୁ ନାହାଁନ୍ତି । ତେଣୁ ବିଶ୍ବକପ ପରି ବିରାଟ ଯୁଦ୍ଧରେ କେମିତି ତାଙ୍କ ଉପରେ ଭରସା କରାଯାଇପାରିବ । ଅନ୍ୟପଟେ ଖରାପ ଫର୍ମ ଦେଇ ଚାଲୁଥିବା ଅଭିଜ୍ଞ ଦିନେଶ କାର୍ତ୍ତିଙ୍କୁ କିନ୍ତୁ କମିଟି ଦଳରେ ସାମିଲ କରିବାକୁ ମଙ୍ଗୁ ନାହିଁ । ତେଣୁ ଦ୍ବନ୍ଦ୍ବ ମଧ୍ୟରେ ଫସି ଯାଇଛି ଭାରତୀୟ ସିଲେକ୍ସନ କମିଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ସମ୍ବଲପୁର: ଆସନ୍ତା 23ରେ ଜିଲ୍ଲାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଦଳୀୟ ପ୍ରଚାର ଭିତରେ ରାଜନୈତିକ ମାହୋଲ ପୁରାପୁରି ସରଗରମ ହେବାରେ ଲାଗିଛି। ଆଉ ଏହି ରାଜନୈତିକ ଉଷ୍ମତା ଭିତରେ ସାଧାରଣ ଜନତାର ମିଜାଜ ବୁଝିବା ପାଇଁ ଆମେ ପହଞ୍ଚିଥିଲୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଓଳ ବ୍ଲକର ଶିମିଳିପାଳ ଗାଁରେ। 

ଏଠାରେ କିଛି ସାଧାରଣ ବର୍ଗର ଲୋକଙ୍କ ସହ ଆମେ ଆଲୋଚନା ବି କରିଥିଲୁ। ଆଉ ଯାହା ଜଣାପଡୁଥିଲା, ଏଥର ବି ଏହି ଅଞ୍ଚଳରେ କେତେକ ସ୍ଥାନରେ ଲୋକଙ୍କ ସାଧାରଣ ମୌଳିକ ସୁବିଧା ପହଞ୍ଚିପାରିନି। ଏ ନେଇ ନିର୍ବାଚନ ପୂର୍ବରୁ ଲୋକଙ୍କ ଭାଷା ଓ ଭାବନାରୁ ଅସନ୍ତୋଷ ପରିଲକ୍ଷିତ ହେଉଥିଲା।

ଆଉ ଏଥର ଏହି ନିର୍ବାଚନରେ 3 ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ହେବା ସହ ତ୍ରିମୁଖୀ ଲଢେ଼ଇ ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି। ମୁଖ୍ୟତଃ ପୂର୍ବତନ ବିଧାୟକ ରୋହିତ ପୂଜାରୀ ନିର୍ବାଚନୀ ମଇଦାନରେ ଥିବା ବେଳେ ଶାସକ ଦଳର ବିଜୟ ପାଇଁ ରାଜନୈତିକ ପଥ ସହଜ ପରିଲକ୍ଷିତ ହେଉନାହିଁ। 

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:
Last Updated : Apr 15, 2019, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.