ETV Bharat / sports

ପ୍ରଥମ ଭାରତୀୟ କ୍ରିକେଟର ଭାବେ ବାହାରେ ଅଭ୍ୟାସ ଆରମ୍ଭ କଲେ ଶାର୍ଦୁଲ

author img

By

Published : May 23, 2020, 7:48 PM IST

ଦୁଇମାସ ପରେ ଆଉଟଡୋର ପ୍ରାକ୍ଟିସକୁ ଫେରିଲେ ଶାର୍ଦୁଲ ଠାକୁର । କହିଲେ ଏତେଦିନ ପରେ ଅଭ୍ୟାସ କରି ବେଶ୍‌‌ ଭଲ ଲାଗୁଛି । ଅଧିକ ପଢ଼ନ୍ତୁ...

on this day in 1999 world Cup, Tendulkar dedicates century to his father, Sachin Tendulkar, ବାପାଙ୍କୁ ଶତକ ଉତ୍ସର୍ଗ କରିଥିଲେ ଭାବବିହ୍ବଳ ସଚିନ, 1999 ବିଶ୍ବକପ
ପ୍ରଥମ ଭାରତୀୟ କ୍ରିକେଟର ଭାବେ ବାହାରେ ଅଭ୍ୟାସ ଆରମ୍ଭ କଲେ ଶାର୍ଦୁଲ

ମୁମ୍ବାଇ: କରୋନା ଭାଇରସ ଯୋଗୁଁ ଦୁଇ ମାସ ଧରି ବାଧ୍ୟତାମୂଳକ ବିରତି ପରେ ଶନିବାର ଆଉଟଡୋର ପ୍ରାକ୍ଟିସ ଆରମ୍ଭ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି ଶାର୍ଦୁଲ ଠାକୁର । ଗୋଟିଏ ଟେଷ୍ଟ, 11ଟି ଦିନିକିଆ ଏବଂ 15ଟି ଟି-20 ଖେଳିଥିବା ଶାର୍ଦୁଲ କିଛି ଘରୋଇ ଖେଳାଳିଙ୍କ ସହ ମହାରାଷ୍ଟ୍ର ପାଲଘର ସ୍ଥିତ ବୋଇସାର ଗ୍ରାଉଣ୍ଡରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି ।

ମହାରାଷ୍ଟ୍ର ସରକାର ଦର୍ଶକଙ୍କ ବିନା ଗ୍ରୀନ ଏବଂ ଅରେଞ୍ଜ ଜୋନରେ ବ୍ୟକ୍ତିଗତ ତାଲିମ ପାଇଁ ଷ୍ଟାଡିୟମ ଖୋଲିବାକୁ ଅନୁମତି ଦେଇଛନ୍ତି । ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ ପ୍ରତିବନ୍ଧକ ମଧ୍ୟରେ ଗୃହ ମନ୍ତ୍ରଣାଳୟ କିଛିଟା କୋହଳ ପ୍ରଦାନ କରିବା ପରେ ଏହା ହୋଇଥିଲା । ‘‘ହଁ, ଆମେ ଆଜି ଅଭ୍ୟାସ କରିଛୁ। ଦୁଇ ମାସ ପରେ ଅଭ୍ୟାସ କରିବା ଭଲ ଏବଂ ନିଶ୍ଚିତ ଆନନ୍ଦଦାୟକ ଅଟେ’’ ବୋଲି ଶାର୍ଦୁଲ ପିଟିଆଇକୁ କହିଛନ୍ତି ।

ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇଠାରୁ ପ୍ରାୟ 110 କିଲୋମିଟର ଦୂରରେ ଥିବା ବୋଇସର ଠାରେ ପାଲଘର ଦାହାନୁ ତାଲୁକା ସ୍ପୋର୍ଟସ ଆସୋସିଏସନ ନେଟ ଅଧିବେଶନ ଆରମ୍ଭ କରିଛି । କଡ଼ା ସୁରକ୍ଷା ଦିଗ ଗୁଡିକୁ ଅନୁସରଣ କରାଯାଇଛି, ପ୍ରତ୍ୟେକ ବୋଲର ନିଜର ଡିସଇନଫେକ୍ଟଟେଡ ବଲ ସେଟ୍ ପାଇଛନ୍ତି ।

ମୁମ୍ବାଇ କ୍ରିକେଟ୍ ଆସୋସିଏସନ, ପରିଷଦ ସଦସ୍ୟ ଅଜିଙ୍କ୍ୟ ନାୟକ କହିଛନ୍ତି ଯେ, ‘‘କ୍ରୀଡା ସମ୍ବନ୍ଧରେ ପାଲଘର ଜିଲ୍ଲା କଲେକ୍ଟର (ରାଜ୍ୟ ସରକାର)ଙ୍କ ନିର୍ଦ୍ଦେଶାବଳୀ ଜାରି ହେବା ପରେ ତାଲିମ ପ୍ରକ୍ରିୟା ଆରମ୍ଭ କରିବା ନେଇ ଲକ୍ଷ୍ୟ ରହିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ପାଲଘର ଜିଲ୍ଲାରେ ଆମର ଭଲ ସୁବିଧା ଯୋଗୁଁ ଆମେ ଆମ ଖେଳାଳିଙ୍କ ପାଇଁ ସାମାଜିକ ଦୂରତା ନିୟମ ଓ ସ୍ବଚ୍ଛତା ନିୟମ ପାଳନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ସକ୍ଷମ ହୋଇଛୁ ।’’

କୋରୋନା ମହାମାରୀ ପାଇଁ ମାର୍ଚ୍ଚ 25 ଠାରୁ ଦେଶର କେନ୍ଦ୍ରସରକାର ଲକଡାଉନ ଘୋଷଣା କରିବା ପରେ ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ଶ୍ରେଷ୍ଠ କ୍ରିକେଟରମାନେ ଲକଡାଉନ ସମୟରେ ନିଜକୁ ଫିଟ ରଖିବା ପାଇଁ ଘରୋଇ ବ୍ୟାୟାମ ଚଳାଇଛନ୍ତି କିନ୍ତୁ ସେମାନେ ମଧ୍ୟ ବ୍ୟକ୍ତିଗତ ତାଲିମ ଆରମ୍ଭ କରିବାକୁ ଅପେକ୍ଷା କରିଛନ୍ତି।

କେବଳ ଭାରତୀୟ ପେସର ମହମ୍ମଦ ଶାମି ନିଜ ଚାଷ ଜମିରେ ଆଉଟଡୋର ଟ୍ରେନିଂ କରିବାରେ ସକ୍ଷମ ହୋଇଛନ୍ତି । ଗୁରୁବାର ଇଂଲଣ୍ଡର ବେନ ଷ୍ଟୋକ୍ସ, ଷ୍ଟୁଆର୍ଟ ବ୍ରଡ ଏବଂ କ୍ରିସ ୱୋକ୍ସ କ୍ରିକେଟରଙ୍କ ପ୍ରଥମ ସେଟ ଭାବରେ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ବ୍ୟକ୍ତିଗତ ପ୍ରଶିକ୍ଷଣକୁ ଫେରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.