କଟକ: ଆସନ୍ତାକାଲି ଦୁଇ ଦଳ ଭାରତ ଓ ୱେଷ୍ଟଇଣ୍ଡିଜ ଅଭ୍ୟାସ ପାଇଁ ବାରବାଟୀରେ ପହଞ୍ଚିବେ । ଉଭୟ ଟିମଙ୍କ ପାଇଁ ଭିନ୍ନଭିନ୍ନ ସମୟ ଧାର୍ଯ୍ୟ ହୋଇଛି । ସକାଳ 10 ଟା ସମୟରେ ବିରାଟ ବାହିନୀ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବ । ସେହିପରି ଅପରାହ୍ନ ୨.00ଟା ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଅଭ୍ୟାସ କରିବ ।
ତେବେ ଏହି ନେଟ ଅଭ୍ୟାସକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉଭୟ ଦଳ ଅଭ୍ୟାସ କରିବା ପାଇଁ ଷ୍ଟାଡିୟମ ଆସିବା ସମୟରେ ପୋଲିସର ସୁରକ୍ଷା ବଳୟ ରହିବ । ଖେଳାଳିଙ୍କ ବସ୍କୁ କମିଶନରେଟ ପୋଲିସ ଷ୍ଟାଡିୟମ ପର୍ଯ୍ୟନ୍ତ ନେବା ପାଇଁ ପ୍ରସ୍ତୁତ ରହିଛି।
ଏଥିସହିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି ହେବ । ପଡିଆକୁ ଖେଳାଳିମାନେ ପ୍ରବେଶ କରିବା ପରେ, ଭିତରକୁ କାହାରିକୁ ଛଡା ଯିବ ନାହିଁ । ଦର୍ଶକଙ୍କ ପାଇଁ ଏକମାତ୍ର ଉପଲବ୍ଧ ଗ୍ୟାଲରୀ ହେବ । ଫଳରେ ବିନା ମୂଲ୍ୟରେ ପ୍ରିୟ ଖେଳାଳିଙ୍କ ଅଭ୍ୟାସକୁ ବାରବାଟୀ ଗ୍ୟାଲେରୀରୁ ଉପଭୋଗ କରିବେ ଦର୍ଶକ ।
କଟକରୁ ପ୍ରଭୁ କଲ୍ୟଣ ପାଲ, ଇଟିଭି ଭାରତ