ETV Bharat / sports

ଭାରତ-ଇଣ୍ଡିଜ 2ୟ ଟି-20: ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ - 2nd t20 preview

ଭାରତ-ୱେଷ୍ଟଇଣ୍ଡିଜ 2ୟ ଟି-20 ଥିରୁଅନନ୍ତପୁରମର ଗ୍ରିନଫିଲ୍ଡ ଷ୍ଟାଡିୟମରେ ଖେଳାଯିବ । 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର 2ୟ ମ୍ୟାଚକୁ ଜିତି ସିରିଜି କବଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ
author img

By

Published : Dec 7, 2019, 11:46 PM IST

ଥିରୁଅନନ୍ତପୁରମ: ସ୍ଥାନୀୟ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ 2ୟ ଟି-20 ଖେଳାଯିବ । ପ୍ରଥମ ମ୍ୟାଚରେ 6ୱିକେଟରେ ବିଜୟୀ ହୋଇ 3 ମ୍ୟାଚ ବିଶିଷ୍ଟରେ 1-ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ 2ୟ ମ୍ୟାଚକୁ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।

ଟି-20ରେ ସର୍ବାଧିକ ରନର ବିଜୟଲକ୍ଷ୍ୟକୁ 8ଟି ବଲ ବାକିଥାଇ ହାସଲ କରିଥିଲା ଭାରତ । କ୍ୟାପଟେନ କୋହଲି 75 ଦିନ ପରେ ଟି20 କ୍ରିକେଟକୁ ଫେରିଥିଲେ । ହାଇଦ୍ରାବାଦରେ ହାଇସ୍କୋରିଂ ମ୍ୟାଚରେ ରେକର୍ଡ ରନ ଚେଜ କରି ଦଳକୁ ବିଜୟ ଦେଇଥିଲେ । କେରଳର ଗ୍ରିନଫିଲ୍ଡ ଷ୍ଟାଡିୟମ ମଧ୍ୟ ବ୍ୟାଟିଂ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି । ଫଳରେ ପୁଣି ଏକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ ଅନୁମାନ କରାଯାଉଛି । ଉଭୟ ଦଳରେ ଏକାଧିକ ପାୱାର ହିଟର ରହିଛନ୍ତି । ୱେଷ୍ଟଇଣ୍ଡିଜ ଦଳରେ ହେଟମେୟର, ଇଭିନ ଲୁଇସ, ସିମନ୍ସ, ପୋଲାର୍ଡଙ୍କ ପରି ହିଟର ରହିଛନ୍ତି ।

ଭାରତୀୟ ଦଳରେ ଓନପର ରାହୁଲ ଫର୍ମକୁ ଫେରିଛନ୍ତି । ରୋହିତ ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ ମଧ୍ୟ 2ୟ ମ୍ୟାଚରେ ବିସ୍ଫୋରକ ଇଂନିସ ଖେଳିପାରନ୍ତି । କ୍ୟାପଟେନ କୋହଲିଙ୍କ ବ୍ୟାଟରୁ ପୁଣି ରନ ବିସ୍ଫୋରଣ ହୋଇପାରେ । ତେବେ ଘରୋଇ ଦର୍ଶକଙ୍କ ସାମ୍ନାରେ ଯୁବ ବ୍ୟାଟ୍ସମ୍ୟାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ଉପରେ ସମସ୍ତଙ୍କ ନଜର ରହିଛି । ମାତ୍ର ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନର ସମ୍ଭାବନା କମ ଅନୁମାନ କରାଯାଉଛି । ତେବେ ଭାରତୀୟ ଦଳର ବୋଲିଂରେ ସାମାନ୍ୟ ସୁଧାର ପାଇଁ ଚେଷ୍ଟା କରିବ ।

ୱେଷ୍ଟଇଣ୍ଡିଜ ଦଳ: କିରେନ ପାଲାର୍ଡ(କ୍ୟାପଟେନ), ଫାବିଏନ ଏଲେନ, ସେଲଡନ କଟ୍ରେଲ, ସିମ୍ରନ ହେଟମେୟର, ଜାସନ ହୋଲ୍ଡର, ବ୍ରାଣ୍ଡନ କିଙ୍ଗ, ଇଭିନ ଲୁଇସ, କିମୋ ପଲ, ନିକୋଲାସ ପୋରନ, ଖାରି ପିରେ, ଦିନେଶ ରାମଦିନ, ସେର୍ଫନେ ରଦରଫୋର୍ଡ, ଲିଣ୍ଡଲ ସିମନ୍ସ, ହେଡନ ୱାଲ୍ସ, କେସରିକ ୱିଲିୟମସ ।

ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, କେଏଲ ରାହୁଲ, ସଞ୍ଜୁ ସାମସନ, ରିଷଭ ପନ୍ତ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, କୁଲଦିପ ଯାଦବ, ଦିପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.