ଚେନ୍ନାଇ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଆମନ୍ତ୍ରଣ ପାଇଁ ବ୍ୟାଟିଂ କରୁଛି ଭାରତ । ନିୟମିତ ଓପନର ଶିଖର ଧାୱନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନିଂ କରିଥିଲେ । ଭାରତର ସ୍କୋର 21 ଥିବାବେଳେ ରାହୁଲ 6 ରନ କରି ଆଉଟ ହୋଇଛନ୍ତି । ଏହାପରେ କ୍ୟାପଟେନ କୋହଲି ଓ ରୋହିତଙ୍କ ୱିକେଟ 80 ରନ ମଧ୍ୟରେ ହରାଇ ଭାରତ ସଂକଟରେ ପଡିଥିଲା।
![India Vs West Indies 1st ODI](https://etvbharatimages.akamaized.net/etvbharat/prod-images/5380856_ss.jpg)
ଋଷଭ ପନ୍ତ ଓ ଶ୍ରେୟସ ଆୟର ଭାରତୀୟ ଇଂନିସକୁ ସମ୍ଭାଳିଛନ୍ତି। ଉଭୟ ଖେଳାଳି ଇଣ୍ଡିଜ ବୋଲରଙ୍କ ଉଚିତ ମୁକାବିଲା କରି ଅର୍ଧଶତକ ହାସଲ କରିଛନ୍ତି। 34 ଓଭର ସୁଦ୍ଧା ଭାରତର ସ୍କୋର 180 ରହିଛି । ପନ୍ତ ଓ ଆୟରଙ୍କ ମଧ୍ୟରେ 80 ରନରୁ ଅଧିକ ପାର୍ଟନରସିପ ହୋଇସାରିଛି।
![India Vs West Indies 1st ODI](https://etvbharatimages.akamaized.net/etvbharat/prod-images/5380856_rs.jpg)