ଗୌହାଟୀ: ସ୍ଥାନୀୟ ବରସାପାରା କ୍ରିକେଟ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-20 ମୁକାବିଲା। ବର୍ଷା ଯୋଗୁଁ ବାତିଲ ହେଲା ମ୍ୟାଚ। 2020 ବର୍ଷର ଏହା ପ୍ରଥମ ମ୍ୟାଚ ଥିଲା।
![India vs Sri Lanka](https://etvbharatimages.akamaized.net/etvbharat/prod-images/5602813_screenshot-4503.jpg)
ନିର୍ଦ୍ଧାରିତ ସମୟରେ ଟସ୍ ପଡିଥିଲା। ପ୍ରଥମେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଟସ୍ ପରେ ହିଁ ବର୍ଷା ଆରମ୍ଭ ହୋଇ ଯାଇଥିଲା। ପ୍ରବଳ ବର୍ଷା କାରଣରୁ ପ୍ରଥମ ନିରୀକ୍ଷଣ 8.15, 9ଟା ଓ 9.30ରେ କରାଯାଇଥିଲ। ଏହାପରେ ଗ୍ରାଉଣ୍ଡ ଓଦା ଥିବା ଯୋଗୁଁ ଅମ୍ପାୟାର ଓ ଅଧିକାରୀ ମ୍ୟାଚକୁ ବାତିଲ କରିଛନ୍ତି। ଭାରତ-ଶ୍ରୀଲଙ୍କା ମଧ୍ୟରେ 2ୟ ଟି-20 ମ୍ୟାଚ 7ତାରିଖ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ହେବ।