ମାଉଣ୍ଟ ମାଉଙ୍ଗାନୁଇ: ପ୍ରଥମରୁ 3ଟି ୱିକେଟ ହରାଇ ସଂକଟରେ ଥିବା ଭାରତୀୟ ବ୍ୟାଟିଂକୁ ସମ୍ଭାଳିଛନ୍ତି ଲୋକେଶ ରାହୁଲ-ଶ୍ରେୟସ ଆୟର । ମାତ୍ର 62 ରନ ମଧ୍ୟରେ ମୟଙ୍କ, କୋହଲି ଓ ପୃଥ୍ବୀ ଶ ହୋଇଥିଲେ ।
![India vs New Zealand](https://etvbharatimages.akamaized.net/etvbharat/prod-images/6030239_rr.jpg)
ଏହାପରେ ଲୋକେଶ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଦମଦାର ପାର୍ଟନରସିପ ହୋଇଛି । ଉଭୟଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଛି । ତେବେ ଶ୍ରେୟସ ଆୟର 63 ବଲରୁ 62 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଛନ୍ତି । ଫଳରେ ଭାରତର ସ୍କୋର 162/4 ୱିକେଟ ହୋଇଛି । ଲୋକେଶ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।
![India vs New Zealand](https://etvbharatimages.akamaized.net/etvbharat/prod-images/6030239_fggh.jpg)