ETV Bharat / sports

ଆଜି ରାଜକୋଟରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ - India Look To keep series Alive

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର 2ୟ ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(ଏସସିଏ) ଗ୍ରାଉଣ୍ଡରେ ଖେଳାଯିବ। ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବାର ଆଶା କରାଯାଉଛି । ଆଜିର ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଥିବା ବେଳେ, ସିରିଜକୁ ଫେରିବାକୁ ଲକ୍ଷ୍ୟ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

India Vs Australia
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ
author img

By

Published : Jan 17, 2020, 8:33 AM IST

Updated : Jan 17, 2020, 8:55 AM IST

ରାଜକୋଟ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯିବ। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(ଏସସିଏ) ଗ୍ରାଉଣ୍ଡରେ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯିବ। ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି ଭଳି ହୋଇଛି। ଶୁକ୍ରବାର ମ୍ୟାଚରେ ପରାଜିତ ହେଲେ ବିରାଟ ବାହିନୀ ହାତରୁ ସିରିଜ ଚାଲିଯିବ। 3 ମ୍ୟାଚ ବିଶିଷ୍ଟ ଦିନିକିଆ ସରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇ,1-0ରେ ଆଗୁଆ ରହିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ। ଆଜିର ମ୍ୟାଚକୁ ଜିତି ଭାରତ ସିରିଜ ବରାବର ଲକ୍ଷ୍ୟରେ ରହିଛି।

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି । ନିୟମିତ ୱିକେଟ କିପର ଋଷଭ ପନ୍ତ ଆହତ ହୋଇ ଦଳରୁ ବାଦ ପଡିଛନ୍ତି। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ 10 ୱିକେଟରେ ବିଜୟୀ ହୋଇଥିଲା। 255 ରନର ଟାର୍ଗେଟକୁ ମାତ୍ର 38 ଓଭରରେ ହାସଲ କରିନେଇଥିଲା କଙ୍ଗାରୁ ଦଳ।

କ୍ୟାପଟେନ ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣର ଅପରାଜିତ ଶତକ ହାସଲ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ପ୍ରଥମ ଦିନିକିଆର ପରାଜୟକୁ ଭୁଲି ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ବିରାଟ ବାହିନୀ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ(ୱିକେଟ କିପର), ଶ୍ରେୟସ ଆୟର, ମନୀଷ ପାଣ୍ଡେ, କେଦାର ଯାଦବ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର, ନବଦୀବ ସାଇନି, ଜଶପ୍ରୀତ ବୁମରା, ମହମ୍ମଦ ସାମି।

India Vs Australia
ଭାରତୀୟ ଟିମ

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ଆଷ୍ଟର ଆଗର, ଆଲେକ୍ସ କେରୀ(ୱିକେଟ କିପର), ପିଟର ହାଣ୍ଡସକମ୍ବ, ମାର୍ନସ ଲବୁସାନ, କେଲ ରିଚାର୍ଡସନ, ଡାର୍କି ସଟ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଡାମ ଜାମ୍ପା, ପାଟ କମିନ୍ସ,, ଜୋଶ ହେଜେଲଉଡ।

India Vs Australia
ଅଷ୍ଟ୍ରେଲିଆ ଟିମ

Intro:Body:

BLANK FOR LINK 

Conclusion:
Last Updated : Jan 17, 2020, 8:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.