ETV Bharat / sports

ଧିମା ଓଭର ବୋଲିଂ ଯୋଗୁଁ ଟିମ ଇଣ୍ଡିଆର 40 ପ୍ରତିଶତ ମ୍ୟାଚ ଫି କଟିଲା

author img

By

Published : Feb 1, 2020, 7:53 PM IST

Updated : Feb 1, 2020, 9:39 PM IST

ୱେଲିଂଟନରେ ଭାରତୀୟ ବୋଲର ନିର୍ଦ୍ଧାରିତ ସମୟ ସୀମାରେ 2 ଓଭର କମ୍‌ ବୋଲିଂ କରିଥିଲେ । ଫଳରେ ଟିମ୍‌ ଇଣ୍ଡିଆର 40 ପ୍ରତିଶତ ମ୍ୟାଚ ଫି' କାଟିଛି ଆଇସିସି ।

india cricket team
india cricket team

ଦୁବାଇ: ଶୁକ୍ରବାର ଦିନ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 4ର୍ଥ ଟି-20 ମ୍ୟାଚ ଖେଳାଯାଇଥିଲା । ଏହି ବିଜୟ ପରେ ଭାରତ 4-0ରେ ଅଗ୍ରଣୀ ରହିଛି । ହେଲେ ଏହି ମ୍ୟାଚରେ ଗୋଟିଏ ତ୍ରୁଟି ପାଇଁ ଟିମ୍‌ ଇଣ୍ଡିଆର 40 ପ୍ରତିଶତ ମ୍ୟାଚ ଫି' କାଟ କରିଛି ଆଇସିସି ।

india cricket team
ଧୀମା ଓଭର ବୋଲିଂ ଯୋଗୁଁ ଜୋରିମାନ

ୱେଲିଂଟନରେ ଭାରତୀୟ ବୋଲର ନିର୍ଦ୍ଧାରିତ ସମୟ ସୀମାରେ 2 ଓଭର କମ୍‌ ବୋଲିଂ କରିଥିଲେ । ଆଇସିସି ଆଚାର ସଂହିତାର ଅନୁଚ୍ଛେଦ 2.22 ଅନୁସାରେ ନିର୍ଦ୍ଧାରିତ ସମୟରେ ଓଭର ନ ପକାଇବା କାରଣରୁ ପ୍ରତି ଓଭର ହିସାବରେ ଖେଳାଳିଙ୍କ 20 ପ୍ରତିଶତ ଜୋରିମାନା ଲାଗେ ।

ତେବେ କୋହଲି ନିଜର ଭୁଲ ମାନିବା ସହ ଦଣ୍ଡକୁ ସ୍ବୀକାର କରିଥିବାରୁ ଆଗକୁ କୌଣସି ଔପଚାରିକ ଶୁଣାଣିର ଆବଶ୍ୟକତା ନାହିଁ । ଗ୍ରାଉଣ୍ଡରେ ଥିବା ଅମ୍ପାୟର କ୍ରିସ ବ୍ରାଉନ ଓ ସନ ହେଗ ଓ ଥାର୍ଡ ଅମ୍ପାୟର ଏଶଲେ ମେହରୋତ୍ରା ଧୀମା ଓଭର ବୋଲିଂର ଆରୋପ ଲଗାଇଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତର ଦବ୍‌ଦବା ଜାରି ରହିଛି । ଅନ୍ତିମ 2ଟି ମ୍ୟାଚରେ ସୁପର ଓଭରର ପରିସ୍ଥିତି ସୃଷ୍ଟି ହୋଇଥିଲା । 2ଟି ସୁପରଓଭର କ୍ବିଓ୍ବି ଟିମକୁ ମହଙ୍ଗା ପଡିଛି । ରବିବାର ଦିନ ମାଉଣ୍ଟ ମଙ୍ଗାନୁୟିର ବେ ଓଭାଲ ଷ୍ଟାଡିୟମରେ ଉଭୟ ଦଳ ଟି-20 ସିରିଜର ଅନ୍ତିମ ମ୍ୟାଚ ଖେଳିବ ।

Intro:Body:

BLANK FOR LINK 

Conclusion:
Last Updated : Feb 1, 2020, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.