ETV Bharat / sports

ICC ଅଧ୍ୟକ୍ଷ ନିର୍ବାଚନ: ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କୁ ସମର୍ଥନ କରିପାରେ ଭାରତ

author img

By

Published : Oct 29, 2020, 10:48 PM IST

ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ ଆଇସିସି ଅଧ୍ୟକ୍ଷ ଅଧ୍ୟକ୍ଷ ପ୍ରାଥୀତ୍ବକୁ ସମର୍ଥନ କରିପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।

India likely to back New Zealand's Greg Barclay for ICC chairman's post
ଆଇସିସି ଅଧ୍ୟକ୍ଷ ନିର୍ବାଚନ: ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କୁ ସମର୍ଥନ କରିପାରେ ଭାରତ

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବଢୁଛି ଉଷ୍ମତା । ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ ଅଧ୍ୟକ୍ଷ ପ୍ରାଥୀତ୍ବକୁ ସମର୍ଥନ କରିପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ସିଙ୍ଗାପୁରର ଇମ୍ରାନ ଖାୱଜା ଅଧ୍ୟକ୍ଷ ପଦ ପାଇଁ ଅନ୍ୟତମ ପାର୍ଥୀ ରହିଛନ୍ତି ।

India likely to back New Zealand's Greg Barclay for ICC chairman's post
ଇମ୍ରାନ ଖାୱଜା

ଆଇସିସି ଅଧ୍ୟକ୍ଷ ଭାବେ ଭାରତର ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇରେ ଶେଷ ହେବାପରେ ଏହି ଗୁରୁତ୍ବପୂର୍ଣ୍ଣ ପଦ ଖାଲି ପଡିଛି । ଫଳରେ 16 ସଦସ୍ୟ ବିଶିଷ୍ଟ ଶକ୍ତିଶାଳୀ ଆଇସିସି ବୋର୍ଡରେ ବାର୍କଲେ ଓ ଖାୱଜା କେବଳ ଦୁଇଜଣ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ଆଇସିସି ବୋର୍ଡର ଭୋଟ ଗ୍ରହଣ ପ୍ରକ୍ରିୟା ହେବ ।

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ(NZC) ସହ ବିସିସିଆଇର ସମ୍ପର୍କ ନିବିଡ ରହିଛି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟ ବୋର୍ଡ ଉପଯୁକ୍ତ ପ୍ରାର୍ଥୀ ଭାବେ ବାର୍କଲେଙ୍କୁ ସମର୍ଥନ କରିବାକୁ ଯାଉଛି ।

ବିସିସିଆଇ

ଅନ୍ୟପଟେ ଖାୱଜାଙ୍କ ଦୃଷ୍ଟିଭଙ୍ଗୀ ଭାରତୀୟ କ୍ରିକେଟର ସମର୍ଥନରେ ନଥିବାରୁ ବିସିସିଆଇ ସମର୍ଥନ ନକରିବାର କାରଣ ହୋଇଛି । ଆଇସିସି ବୋର୍ଡ ପକ୍ଷରୁ ଏହି ସୂଚନୀ ରହିଛି । ପୂର୍ବରୁ ଆଇସିସିର ଉପାଧ୍ୟକ୍ଷ ଖାୱଜା ଏକାଧିକ ନିଷ୍ପତ୍ତିରେ ଭାରତୀୟ କ୍ରିକଟ ବୋର୍ଡର ସମର୍ଥନ କରିନାହାନ୍ତି । ଏପରି ସ୍ଥିତିରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ବାର୍କଲେଙ୍କୁ ବିସିସିଆଇ ସମର୍ଥନ କରିବ ବୋଲି ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.