ୱେଲିଂଟନ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ 10 ୱିକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ । 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି ଘରୋଇ ଦଳ । ଆଉ ଏହି ପରାଜୟ ସହ ଚଳିତ ଆଇସିସି ଟେଷ୍ଟ ଚମ୍ପିଆନସିପରେ ଭାରତର ଏହା ପ୍ରଥମ ପରାଜୟ ହୋଇଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଅଧିକ ପରାସ୍ତ କରିଥିବା ଦଳ ନ୍ୟୁଜିଲାଣ୍ଡ । ବିଗତ 4ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତକୁ ପରାସ୍ତ କରି ସାରିଛି ନ୍ୟୁଜିଲାଣ୍ଡ ।
2007 ଟି-20 ବିଶ୍ବକପ-
ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳକୁ ପରାସ୍ତ କରିଥିବା ଏକମାତ୍ର ଦଳ ହେଉଛି ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟ ମ୍ୟାଚରେ ଭାରତକୁ 10ରନରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ ।
2016 ଟି-20 ବିଶ୍ବକପ-
ସମଦଷା ଭୋଗିଥିଲା ଭାରତ ଟୁର୍ଣ୍ଣାମେଣ୍ଟର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ । ମାତ୍ର 126ରନକୁ ଚେଜ କରୁଥିବା ଘରୋଇ ଭାରତୀୟ ଦଳକୁ 79ରନରେ ଅଲଆଉଟ କରିଥଲା କିୱି ଦଳ । ଫଳରେ ଭାରତର କ୍ବାର୍ଟର ରାସ୍ତ କଷ୍ଟସାଧ୍ୟ ହୋଇଥିଲା ।
2019 ଦିନିକିଆ ବିଶ୍ବକପ-
ନିକଟରେ ଘଟିଥିବା ସବୁଠାରୁ କଷ୍ଟଦାୟକ ଘଟଣା 2019 ବିଶ୍ବକପର ସେମିଫାଇନାଲରେ ଭାରତର ପରାଜୟ । ରିଜର୍ଭ ଡେ ରେ 240ରନ ଚେଜ କରୁଥିବା ଭାରତୀୟ ଦଳକୁ ଚକମା ଦେଇଥିଲା ନ୍ୟୁଜିଲାଣ୍ଡ । ଫଳରେ ପୁଣି ଥରେ ଭାରତର ବିଶ୍ବ ବିଜେତା ହେବାର ସ୍ବପ୍ନ ଅଧାରେ ରହିଗଲା।
ଆଇସିସି ଟେଷ୍ଟ ଚମ୍ପିଆନସିପ-2019-21
ଚଳିତ ଆଇସିସି ଟେଷ୍ଟ ଚମ୍ପିଆନସିପରେ ଭାରତର ଏହା ପ୍ରଥମ ପରାଜୟ ହୋଇଛି ଯାହା କି ନ୍ୟୁଜିଲାଣ୍ଡଠାରୁ ।