ଅକଲାଣ୍ଡ: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ 3 ଟିକିଆ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ସିରିଜରେ 0-1ରେ ପଛୁଆ ରହିଛି । ଫଳରେ ଭାରତ ପାଇଁ 2ୟ ମ୍ୟାଚ କର ବା ମର ହୋଇଛି । 2ୟ ମ୍ୟାଚରେ ବିଜୟୀ ହୋଇ ସିରିଜ ବରାବର ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।
ଭାରତୀୟ ଚୂଡାନ୍ତ ଏକାଦଶରେ 2ଟି ପରିବର୍ତ୍ତନ ହୋଇଛି । କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜଭେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ସ୍ଥାନ ମିଳିଛି ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ମାର୍ଟିନ ଗୁପ୍ଟିଲ, ହେନରୀ ନିକୋଲାସ, ଟସ ବ୍ଳଣ୍ଡେଲ, ରସ ଟେଲର, ଟମ ଲାଥମ(ୱିକେଟ କିପର/ କ୍ୟାପଟେନ), ମାର୍କ ଚପମନ, ଜେମ୍ସ ନିଶାମ, କଲିନ ଡି ଗ୍ରାଣ୍ଡହୋମ, କେଲ ଜେମିଏସନ, ଟିମ ସାଉଦୀ, ହମିସ ବେନ୍ନଟ।
ଭାରତୀୟ ଚୂଡାନ୍ତ ଏକାଦଶ: ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି(କ୍ୟାପଟେନ), ଶ୍ରେୟସ ଆୟର, ଲୋକେଶ ରାହୁଲ(ୱିକେଟ କିପର), କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା।